କନକ ବ୍ୟୁରୋ: ଭାରତର ଗଣତନ୍ତ୍ର ଏବେ ବିପଦରେ ବୋଲି କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ସମ୍ମିଳନୀରେ କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଫୋନରେ ପେଗାସସ୍ ଥିଲା । ତେଣୁ ଫୋନ୍ ରେକର୍ଡ ହେଉଥିବାର ବିପଦ ଥିଲା । ତେଣୁ ଅଧିକାରୀମାନେ ତାଙ୍କୁ ସତର୍କତାର ସହ କଥାବାର୍ତ୍ତା କରିବାକୁ ଚେତାଇଦେଇଥିଲେ ।

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ବ୍ରିଟେନ ଗସ୍ତରେ ଅଛନ୍ତି । ଏହି ଅବସରରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସମ୍ବୋଧନ କରିବା ସହ ପେଗାସସର ଭୟାବହତା ଓ ଏହା କିପରି ଗଣତନ୍ତ୍ର ଓ ସ୍ୱାଧୀନତା ଉପରେ ଏକ ପ୍ରହାର ବୋଲି ବଖାଣିଥିଲେ ।

କେବଳ ଏତିକି ନୁହେଁ ଅନେକ ବିରୋଧୀ ନେତାଙ୍କ ଫୋନ ପେଗାସସ୍ ରାଡାରରେ ରହିଛି । ସେମାନଙ୍କ ବିରୋଧରେ ମାମଲା ମଧ୍ୟ ଦାଏର କରାଯାଉଛି । ଖୋଦ ତାଙ୍କ ଉପରେ ବି ଏକାଧିକ ମାମଲା ଦାଏର କରାଯାଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।