କନକ ବ୍ୟୁରୋ : ରାଜଧାନୀ ରାଜନୀତିରେ ଚରମ ହୋଇଛି ବାକ୍ୟବାଣ । ଦିଲ୍ଲୀ ନିର୍ବାଚନ ପ୍ରଚାର ପାଇଁ ଆଉ କେଇ ଘଂଟା ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କିଛି ଆପତିଜନକ ବୟାନ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦିଲ୍ଲୀର ହୌଜକାଜି ଅଂଚଳରେ ନିର୍ବାଚନୀ ପ୍ରଚାର ବେଳେ ବେକାରି ସମସ୍ୟା ନେଇ ମୋଦିଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଏବେ ଭାଷଣ ଦେଉଥିବା ନରେନ୍ଦ୍ର ମୋଦି, ୬ମାସ ପରେ ଘରୁ ବାହାରି ପାରିବେନାହିଁ ।
ଭାରତର ଯୁବପୀଢୀ ତାଙ୍କୁ ବାଡିରେ ମାରିବେ ଏବଂ ବୁଝାଇ ଦେବେ ଯେ ରୋଜଗାର ବିନା ଦେଶ ଆଗକୁ ବଢି ପାରିବନାହିଁ । ବିଧାନସଭା ନିର୍ବାଚନ ପାଇଁ ସରଗରମ ହୋଇଛି ଦିଲ୍ଲୀ ରାଜନୀତି । କଂଗ୍ରେସ, ବିଜେପି ଓ ଆପ୍ ମଧ୍ୟରେ କଥା କଟାକଟି ସବୁ ସୀମା ଡେଇଁଛି । ଏହି ତାଲିକାରେ ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାଁ ଯୋଡି ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/RAHUL.jpg)