ସଂସଦ ଟିଭିରେ ମାତ୍ର ୪ ମିନିଟ ଦେଖାଗଲେ ରାହୁଲ! କଂଗ୍ରେସ କହିଲା- ଏକଛତ୍ରବାଦୀ କେତେ ଡରୁଆ ?

154

କନକ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଚର୍ଚ୍ଚାରେ ଭାଗ ନେଇଛନ୍ତି । ଏବି ସମୟରେ ସେ ଲୋକସଭାରେ ନିଜର ତର୍କ ରଖିଥିଲେ । କଂଗ୍ରେସ ଏହାରି ଭିତରେ ଅଭିଯୋଗ କରିଛି ଯେ ରାହୁଲ ଗାନ୍ଧୀଙ୍କ ଭାଷଣ ବେଳେ ତାଙ୍କୁ ସଂସଦ ଟିଭିର ପରଦାରେ କମ ସମୟ ଯାଏ ଦେଖିବାକୁ ମିଳିଥିଲା । କଂଗ୍ରେସ ନିଜର ଟ୍ୱିଟର ହାଣ୍ଡେଲରେ କହିଛି ଯେ, ରାହୁଲ ଗାନ୍ଧୀ ଯିଏ ସଦନରେ ମଣିପୁର ଉପରେ ୧୫ ମିନିଟ ୪୨ ସେକେଣ୍ଡ କହିଥିଲେ । ଏହି ସମୟରେ ସଂସଦ ଟିଭିରେ ୧୧ ମିନିଟ ୮ ସେକେଣ୍ଡ କେବଳ ବାଚସ୍ପତି ଓମ ବିର୍ଲାଙ୍କୁ ଦେଖାଯାଇଥିଲା । ରାହୁଲ ଗାନ୍ଧୀଙ୍କୁ ମାତ୍ର ୪ମିନିଟ ପରଦା ଉପରେ ରଖାଯାଇଥିଲା ।