ଭାରତୀୟ ବାୟୁସେନାର ବଡ କାର୍ଯ୍ୟାନୁଷ୍ଠାନ ପରେ ରାହୁଲ ଗାନ୍ଧୀଙ୍କ ଟ୍ୱିଟ : ବାୟୁସେନା ଅଧିକାରୀଙ୍କୁ କଲେ ସାଲ୍ୟୁଟ୍

ରାହୁଲ ଗାନ୍ଧୀଙ୍କ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୧୫.୮୮ କୋଟି ! ୫ ବର୍ଷରେ ବଢ଼ିଛି ୬.୪୮ କୋଟି

source : Google

ଭାରତୀୟ ବାୟୁସେନାର ପାକିସ୍ତାନରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ପରେ ରାହୁଲ ଗାନ୍ଧୀ ଟ୍ୱିଟ କରି ବାୟୁସେନାକୁ ସଲାମ ଜଣାଇଛନ୍ତି । ପିଓକେ ଆକଙ୍କବାଦୀ ଆଡ୍ଡା ଉପରେ ବାୟୁସେନାର ଆକ୍ରମଣକୁ ପ୍ରଶଂସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଘଟଣାର ୧୨ ଦିନରେ ବଦଲା ନେଲା ଭାରତୀୟ ବାୟୁସେନାର ୧୨ଟି ଯୁଦ୍ଧ ବିମାନ । ମିରାଜ ୨୦୦୦ ଜେଶ-ଏ-ମହମ୍ମଦର ଆତଙ୍କୀ ଆଡ୍ଡା ଉପରେ ୧୦୦୦ କିଲୋର ବମ୍ ବର୍ଷା କରିଛି ।

publive-image

ପିଓକେରେ ଆତଙ୍କବାଦୀ ସଂଗଠନ ଜେଶ-ଏ-ମହମ୍ମଦର ୩ଟି କଂଟ୍ରୋଲ ରୁମ୍ ଧ୍ୱଂସ କଲା ଭାରତୀୟ ବାୟୁସେନା । ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ବାବଦରେ ଅବଗତ କରାଇଲେ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ । ସୂତ୍ର ଅନୁସାରେ ଆଜି ସାମ୍ବାଦିକ ସମ୍ମିଳନୀ କରିପାରନ୍ତି ସେନା ଓ ବାୟୁସେନା । ମୋଦିଙ୍କୁ ତଥ୍ୟ ଦେଲେ ଡୋଭାଲ

publive-image

ଆଉ କିଛି ସମୟ ଭିତରେ ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି । ରାଜନାଥ ସିଂ ଓ ନିର୍ମଳା ସୀତାରମଣ ମୋଦିଙ୍କୁ ଭେଟି ପିଓକେ ଆକ୍ରମଣ ବାବଦରେ ଆଲୋଚନା କରିବେ । ସେପଟେ ବାୟୁସେନା ଅଧିକାରୀଙ୍କୁ ସାଲ୍ୟୁଟ୍ କଲେ ରାହୁଲ ଗାନ୍ଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe