ରବର ଷ୍ଟାମ୍ପ ହୋଇଯିବେକି ସିଦ୍ଧୁ, ରାହୁଲଙ୍କ ନିର୍ଦ୍ଦେଶ ଖୁଲାସା କଲେ ମୁଖ୍ୟମନ୍ତ୍ରୀ ଚନ୍ନି

162

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସର କନ୍ଦଳ କେବେ ମେଣ୍ଟିବ ତାହା କଳନା କରିବା ଏବେ ସମ୍ଭବ ନୁହେଁ । କାରଣ ସିଦ୍ଧୁ ଦେଇଥିବା ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ପରେ ପଞ୍ଜାବ କଂଗ୍ରେସ ଓ ରାଜ୍ୟର କିଛି ସମସ୍ୟା ନେଇ ସେ ଦଳର ହାଇକମାଣ୍ଡଙ୍କୁ ଚିଠି ଲେଖିଥିଲେ । ଏହି ଚିଠି ସାର୍ବଜନୀନ ହେବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ଚାରଣଜିତସିଂହ ଚନ୍ନି କହିଛନ୍ତି କି ସିଦ୍ଧୁ ଉଠାଇଥିବା ସମସ୍ତ ମୁଦ୍ଦାର ସମାଧାନ କରାଯିବ ଓ ଏହାସହ ପାର୍ଟିର ଏଜେଣ୍ଡା ବି ଲାଗୁ କରାଯିବ ।

ଚନ୍ନିଙ୍କୁ ସିଦ୍ଧୁଙ୍କ ଚିଠି ବାବଦରେ ଗଣମାଧ୍ୟମରେ ପଚାରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଚିନ୍ନି କହିଛନ୍ତି କି , ଆମକୁ ଦଳର ବିଚାରଧାରାକୁ ଲାଗୁ କରିବାକୁ ପଡିବ ଓ ପାର୍ଟିର ନୀତି ଓ ନିୟମ ଦଳର ସମସ୍ତ ନେତାଙ୍କ ଉପରେ । ସିଦ୍ଧୁ ଉଠାଇଥିବା ସମସ୍ତ ମୁଦ୍ଦାର ସମାଧାନ କରାଯିବ ।

ରବିବାର ଦିନ ଏଆଇସିସି ପର୍ଯ୍ୟବେକ୍ଷକ ହରିଶ ଚୌଧୁରୀ, ରାହୁଲ ଗାନ୍ଧୀଙ୍କ ସହଯୋଗୀ କୃଷ୍ଣା ଅଲ୍ଲାବରୁ ଓ କ୍ୟାବିନେଟ୍ ମନ୍ତ୍ରୀ ପରଗଟ ସିଂଙ୍କ ଉପସ୍ଥିତିରେ ମଧ୍ୟାହ୍ନ ୧.୧୫ ପର୍ଯ୍ୟନ୍ତ ଚନ୍ନିଙ୍କ ସହ ବୈଠକ କରିଥିଲେ । ଚନ୍ନି କହିଛନ୍ତି କି ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସିଦ୍ଧୁଙ୍କୁ କୌଣସି ପ୍ରଶ୍ନ ଉଠାଇବାର ସୁଯୋଗ ଦେବା ଭଳି ପରିସ୍ଥିତି ସୃଷ୍ଟି କରାନଯାଉ ।