କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହେବା ପରେ ରାହୁଲ ଗାନ୍ଧୀଙ୍କ କଡା ପ୍ରତିକ୍ରିୟା: କହିଲେ, ୩ଟି କଳା ଆଇନ ପ୍ରତ୍ୟାହାର ହେବା ଚାଷୀଙ୍କ ବିଜୟ

113

କନକ ବ୍ୟୁରୋ: ସଂସଦରେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହେବା ପରେ କଡା ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ୩ଟି କଳା ଆଇନ ପ୍ରତ୍ୟାହାର ହେବା ଚାଷୀଙ୍କ ବିଜୟ ବୋଲି କହିଛନ୍ତି ରାହୁଲ । ସେହିପରି ବିଲ୍ ପ୍ରତ୍ୟାହାର ନେଇ କାହିଁକି ଆଲୋଚନା କରିବାକୁ ସରକାର ଡରୁଛନ୍ତି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ।

କୃଷି ଆଇନ ପ୍ରତ୍ୟାହାର ବିଲ ଉପରେ ଆଲୋଚନା ଚାହୁଁଥିଲେ ବିରୋଧୀ । ସଂସଦରେ ହୋହଲ୍ଲା ପରେ ବାହାରେ ପ୍ରତିକ୍ରିୟା ରଖଛନ୍ତି କଂଗ୍ରେସ ନେତା । ଏହାର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ଆଇନ ଆଣିଲା ବେଳେ ଚର୍ଚ୍ଚା ହୋଇଥିବାରୁ ପ୍ରତ୍ୟାହାର ବେଳେ ଆବଶ୍ୟକ ନଥିଲା ଆଲୋଚନା ।

ସେପଟେ ସଂସଦରେ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ବିଲ୍ ପାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ । କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହେବା ଆନ୍ଦୋଳନ ବେଳେ ଜୀବନ ହରାଇଥିବା ୭୫୦ଚାଷୀଙ୍କ ପାଇଁ ଏକ ଶ୍ରଦ୍ଧାଂଜଳି ବୋଲି କହିଛନ୍ତି ଟିକାୟତ । ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଥିବା ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।