କୃଷି ବିଲକୁ ନେଇ ଅସନ୍ତୁଷ୍ଟ ଜାହିର କଲେ ରାହୁଲ ଗାନ୍ଧୀ : କହିଲେ, କୃଷକଙ୍କୁ ସରକାର ଗୋଲାମ ବନାଉଛନ୍ତି 

1,464
କନକ ବ୍ୟୁରୋ : ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାରେ  ପାରିତ  ହୋଇସାରିଛି କୃଷି ବିଲ୍  । ହେଲେ ସଡକ ଠାରୁ ସଂସଦ ଯାଏ ଏହି ବିଲକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ଏହି ବିଲକୁ ନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ନିଜର ଅସନ୍ତୁଷ ଜାହିର କରିଛନ୍ତି । ସେ କହିଛନ୍ତି କି ଏହି ବିଲ ସହାୟତାରେ ମୋଦି ସରକାର କୃଷକ ମାନଙ୍କୁ ପୁଞ୍ଜିପତି ମାନଙ୍କର ଗୋଲାମ ବନାଇବାକୁ ଚାହୁଁଛନ୍ତି ।
କୃଷି ବିଲକୁ ନେଇ ରାଜ୍ୟସଭାରେ ଯୁକ୍ତି ତର୍କ ଚାଲିଥିବା ବେଳେ ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟର ପେଜରେ ଲେଖିଛନ୍ତି କି ମୋଦିସରକାରଙ୍କ କୃଷି ବିରୋଧୀ କଳା କାନୁନ୍ କୃଷକ ମାନଙ୍କର କୃଷି ବଜାରକୁ ଶେଷ କରିଦେବ । କୃଷକର ବଜାର ଶେଷ ହୋଇଗଲେ କିଭଳି ମିଳିବ ସର୍ବନିମ୍ନ ସହାୟକ ଦର ।  ଏହି ବିଧେୟକରେ ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି କାହିଁକି ରଖାଯାଇ ନାହିଁ ? ।  ଏହି ବିଲ୍ ମାଧ୍ୟମରେ ମୋଦିଜୀ କୃଷକ ମାନଙ୍କୁ ପୁଞ୍ଜିପତି ମାନଙ୍କର ଗୋଲାମ ବନାଇବାକୁ ଯାଉଛନ୍ତି । ଯାହାଦ୍ୱାରା ଦେଶକୁ କେବେ ସଫଳତା ମିଳିବ ନାହିଁ ବୋଲି ସେ ଲେଖିଛନ୍ତି ।
ଏହାସହ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି କୃଷକ ମାନଙ୍କୁ ଯେଉଁ କଥା ଦେଇଥିଲେ  କି ତାଙ୍କ ସରକାର ଆସିଲେ କୃଷକ ମାନଙ୍କର ଆୟ ଦ୍ୱିଗୁଣିତ ହେବ ତାହା ଉପରେ ନିସାନା ଲଗାଇଛନ୍ତି ରାହୁଲ ଗାନ୍ଧୀ । ସେ ଲେଖିଛନ୍ତି କି ମୋଦି କୃଷକ ମାନଙ୍କ ପାଇଁ ଯେଉଁ କଳା କାନୁନ ଆଣିବାକୁ ଯାଉଛନ୍ତି ତା ଦ୍ୱାରା କୃଷକ ମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତ୍ତେ କୃଷକ, ଶ୍ରମିକ ମାନେ କେବଳ ଆର୍ଥିକ ଶୋଷଣରେ ଶିକାର ହେବେ ।