ରାହୁଲଙ୍କୁ ନେଇ ଲାଲୁ ଯାଦବଙ୍କ ବଡ଼ ବୟାନ : କହିଲେ, କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ହେବ ଆତ୍ମଘାତୀ, ପଦ ଛାଡିଲେ ବିଜେପି ଟ୍ରାପରେ ପଡିଯିବେ ରାହୁଲ

355

ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଉପସ୍ଥାପନ କରିଥିଲେ । ରାହୁଲଙ୍କ ଏହି ନିଷ୍ପତ୍ତିକୁ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଆତ୍ମଘାତୀ କହିଛନ୍ତି । ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ରାହୁଲଙ୍କ ଏହି ନିଷ୍ପତ୍ତି ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ । ଚାରା ଦୁର୍ନୀତିର ଅନେକ ମାମଲାରେ ଝାରଖଣ୍ଡର ରାଂଚି ଜେଲରେ ଦଣ୍ଡ ଭୋଗୁଥିବା ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର ଦିନ ଟ୍ୱିଟ୍ କରି କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ଇସ୍ତଫା ବିଜେପି ପାର୍ଟିର ଷଡଯନ୍ତ୍ରରେ ଫସିବା ଭଳି ହେବ ।

ସେ କହିଛନ୍ତି, “ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ପ୍ରସ୍ତାବ ନା କେବଳ ତାଙ୍କ ପାର୍ଟି ପାଇଁ ଆତ୍ମଘାତୀ ହେବ ବରଂ ଏହା ସେହି ସମସ୍ତ ସାମାଜିକ ଓ ରାଜନୈତିକ ଶକ୍ତି ପାଇଁ ମଧ୍ୟ ଝଟକା ହେବ, ଯେଉଁମାନେ ସଂଘ ପରିବାର ବିରୁଦ୍ଧରେ ଲଢ଼େଇ କରୁଛନ୍ତି ।” ସେ ନିଜ ଟ୍ୱିଟ୍ ସହିତ ଏକ ଇଂରାଜୀ ସମାଚାର ପତ୍ରର ଲିଙ୍କ ମଧ୍ୟ ପୋଷ୍ଟ କରିଛନ୍ତି । ଏବେ ଲାଲୁ ରାଂଚିର ରିମ୍ସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠି ତାଙ୍କର ଚିକିତ୍ସା ଚାଲିଛି ।