ପଦରୁ ଇସ୍ତଫା ଦେବା ପରେ ପୁନଃବିଚାର ପାଇଁ ମନାକଲେ ରାହୁଲ: ପରବର୍ତ୍ତୀ ଅଧ୍ୟକ୍ଷ ପାଇଁ କାର୍ଯକାରୀ କମିଟି ନେବ ନିଷ୍ପତି; ଭୋରା, ସିନ୍ଧେ ଓ ଖଡଗେ ଦୌଡରେ ଆଗରେ

Advertisment
ରାହୁଲଙ୍କ ପରେ କିଏ, କିଏ ନେବ ସର୍ବପୁରାତନ ରାଜନୈତିକ ଦଳର ନେତୃତ୍ୱ । ଆଜି ଦିଲ୍ଲୀରେ ବସୁଛି ସିଇସି ବୈଠକ

କନକ ବ୍ୟୁରୋ: ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ , ଏବେ କିଏ ହେବ ପରବର୍ତ୍ତି କଂଗ୍ରେସ ଅଧ୍ୟକ୍ଷ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଡିସେମ୍ବର ୧୬, ୨୦୧୭ରୁ କଂଗ୍ରେସ ଅଧ୍ୟକ୍ଷ ଭାର ସମ୍ଭାଳି ଆସିଥିବା ରାହୁଲ ଗାନ୍ଧୀ ୨ ବର୍ଷ ଠାରୁ ବି କମ ସମୟ କାଳ ମଧ୍ୟରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସରେ ଏବେ ହଇଚଇ ସୃଷ୍ଟି ଖେଳିଯାଇଛି ।

ତେବେ ଗାନ୍ଧୀ ପରିବାରରୁ କେହି ଦଳ ସଭାପତି ହେବେ ନାହିଁ ବୋଲି ରାହୁଲ ପୂର୍ବରୁ ସ୍ପଷ୍ଟ କରିଦେଇଥିବାରୁ ଏବେ ପରିବାର ବାହାରୁ ୩ ଜଣ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୋତିଲାଲ ଭୋରା, ପୂର୍ବ କେନ୍ଦ୍ରମନ୍ତ୍ରୀ ସୁଶୀଲ କୁମାର ସିନ୍ଧେ ଏବଂ ଗତ ଲୋକସଭାରେ ଦଳର ନେତା ରହିଥିବା ମଲ୍ଲିକାର୍ଜୁନ ଖଡ଼ଗେ। ଏହି ୩ ନେତାଙ୍କ ମଧ୍ୟରୁ କାହାକୁ ଦଳ ସଭାପତି କରିବା ପାଇଁ ଦଳ ଗୁରୁତ୍ବର ଚିନ୍ତା କରୁଥିବା ବେଳେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଏବଂ ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି।

ରାହୁଲଙ୍କ ପରେ ଯଦି ଯୁବ ନେତୃତ୍ବ ହାତରେ ଦଳର ସଭାପତି ପଦ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେବ ତା’ହେଲେ ଏଥିପାଇଁ ସଚିନ୍ ସମସ୍ତଙ୍କଠାରୁ ଆଗରେ ରହିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଗାନ୍ଧୀ ପରିବାର ସହ ଅତି ଘନିଷ୍ଠ ଗୁଲାମନବୀଙ୍କୁ ମଧ୍ୟ ତାଙ୍କର ଅଭିଜ୍ଞତା ଏବଂ ସାଂଗଠନିକ ଦକ୍ଷତା ପାଇଁ ଦଳର ସଭାପତି ପଦରେ ଆସୀନ କରାଯାଇ ପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଗଣମାଧ୍ୟମରେ ରାହୁଲଙ୍କ ଇସ୍ତଫା ଘୋଷଣା ପରଠାରୁ ପରବର୍ତ୍ତୀ ସଭାପତି ପଦପାଇଁ ଯେଉଁ ନାମ ସର୍ବାଧିକ ଚର୍ଚ୍ଚାରେ ରହିଛି ସେ ହେଉଛନ୍ତି ମୋତିଲାଲ ଭୋରା। ତେବେ ଭୋରାଙ୍କୁ ଏବେ ୯୦ ବର୍ଷ ହୋଇଥିବାରୁ ତାଙ୍କୁ ସଭାପତି କରାଯିବା କେତେଦୂର ଯୁକ୍ତିଯୁକ୍ତ ହେବ ସେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe