କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ସ୍ଥିତିକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ । ଆଉ ତାର ଜବାବ ଦେଇଛନ୍ତି ରାଜ୍ୟପାଳ ସତ୍ୟପାଳ ମଲିିକ । ସେ କହିଛନ୍ତି ରାହୁଲ ଭଳି ଦାୟିତ୍ୱବାନ ବ୍ୟକ୍ତି ଏଭଳି ମିଛ କହିବା ଠିକ୍ ନୁହେଁ । ରାହୁଲ କଶ୍ମୀରର ସ୍ଥିତି ବିଷୟରେ ଜାଣିବାକୁ ଚାହୁଁଥିଲେ ବିମାନ ପଠାଇବେ । କଶ୍ମୀରକୁ ଆସି ଆଇନଶୃଙ୍ଖଳା ପରିସ୍ଥିତି ନିଜ ଆଖିରେ ଦେଖିବା ପରେ ରାହୁଲ ଏପରି ବୟାନ ଦେବା ଉଚିତ ବୋଲି କହିଛନ୍ତି ସତ୍ୟପାଳ ।
Dear Governor Malik,
A delegation of opposition leaders & I will take you up on your gracious invitation to visit J&K and Ladakh.
We won’t need an aircraft but please ensure us the freedom to travel & meet the people, mainstream leaders and our soldiers stationed over there. https://t.co/9VjQUmgu8u
— Rahul Gandhi (@RahulGandhi) August 13, 2019
ଏଥିସହ ଜମ୍ମୁକଶ୍ମୀର ଆସିବାକୁ ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରୁଛି ବୋଲି କହିଛନ୍ତି ରାଜ୍ୟପାଳ । ଗତ ଶନିବାର ରାହୁଲ ଗାନ୍ଧୀ କହିଥିଲେ, କଶ୍ମୀରରୁ ହିଂସାର ଖବର ଆସୁଛି । ଏହି ପ୍ରସଙ୍ଗରେ ଦେଶର ପ୍ରଧାନମନ୍ତ୍ରୀ ପାରଦର୍ଶିତାର ସହ ଜବାବ ଦେବା ଉଚିତ । ରାହୁଲଙ୍କ ଏହି ବୟାନକୁ ନେଇ ପ୍ରତିକ୍ରିୟା ରଖିଥିଲେ ରାଜ୍ୟପାଳ ସତ୍ୟପାଳ ମଲିକ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କ ‘ବିମାନ ପଠାଉଛୁ, କଶ୍ମୀର ଆସନ୍ତୁ’ ଆହ୍ଵାନକୁ ଗ୍ରହଣ କରିଛନ୍ତି।
ସେପଟେ ରାହୁଲ ଗାନ୍ଧି ଟୁଇଟ୍ କରି ପୁଣି ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି, ବିରୋଧୀଙ୍କ ପ୍ରତିନିଧି ଦଳ ସହିତ ମୁଁ କଶ୍ମୀର ଏବଂ ଲଦାଖ ଯାଇ ଆପଣଙ୍କର ନିମନ୍ତ୍ରଣ ରକ୍ଷା କରିବି। ଆମେ ବିମାନ ଲୋଡୁ ନାହୁଁ, ମାତ୍ର ଆମକୁ ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ମୁଖ୍ୟସ୍ରୋତର ନେତା ଓ କର୍ତ୍ତ୍ୟବରତ ଯବାନଙ୍କୁ ଭେଟିବାର ସ୍ୱାଧୀନତା ମିଳିବା ଦରକାର।