କନକ ବ୍ୟୁରୋ: ମଣିପୁର ହିଂସା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରି ଭିଡିଓ ସେୟାର କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଗତ ସୋମବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହିଂସା କ୍ଷତିଗ୍ରସ୍ତ ମଣିପୁରର ଜିରିବାମ୍‌ ଏବଂ ଚୁରାଚାନ୍ଦପୁର ଜିଲାକୁ ଯାଇ ରିଲିଫ୍‌ କ୍ୟାମ୍ପଗୁଡ଼ିକୁ ପରିଦର୍ଶନ କରିଥିଲେ । ସେଠାରେ ବାସ୍ତବରେ କଣ ଘଟିଛି ସେନେଇ ସମୀକ୍ଷା କରିଥିଲେ ରାହୁଲ ଗାନ୍ଧୀ । ଆଜି ଏହାର ଏକ ଭିଡିଓ ଡକ୍ୟୁମେଣ୍ଟାରୀ ସେୟାର କରିଛନ୍ତି ରାହୁଲ । ଏଥିରେ ରାହୁଲ ଲୋକମାନଙ୍କ ଭଲମନ୍ଦ ପଚାରି ବୁଝୁଥିବା ଦେଖିବାକୁ ମିଳିଛି । ମଣିପୁର ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ ବୋଲି ମଣିପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ । ବିରୋଧୀ ଦଳ ନେତା ହେବା ପରେ ରାହୁଲ ପ୍ରଥମଥର ପାଇଁ ସୋମବାର ମଣିପୁର ଗସ୍ତ କରିଥିଲେ।