କନକ ବ୍ୟୁରୋ : ତାମିଲନାଡୁର ମଦୁରାଇରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେଠାରେ ପହଁଚି ପାରମ୍ପାରିକ ଜଲିକାଟୁ ବା ବଳଦ ଲଢେଇ ଖେଳରେ ସେ ସାମିଲ ହୋଇଛନ୍ତି । ଉତର ଭାରତରୁ ଦକ୍ଷିଣ ଭାରତ ଯାଏଁ ଆଜି ପର୍ବର ଦିନ । ମକର ସଂକ୍ରାନ୍ତି, ପୋଙ୍ଗଲ ପର୍ବ ଅବସରରେ ସେଠାରେ ପାରମ୍ପାରିକ ଖେଳ ଜଲିକଟୁର ଆୟୋଜନ କରାଯାଇଛି । ଯେଉଁଥିରେ ରାହୁଲ ଗାନ୍ଧି ସାମିଲ ହୋଇଛନ୍ତି ।
ସେଠାରେ ସାମିଲ ହୋଇ ରାହୁଲ ଗାନ୍ଧି କହିଛନ୍ତି ସେ ତାମିଲ ପରମ୍ପରା ସମ୍ପର୍କରେ ଜାଣି ବହୁତ ଖୁସି । ଏହାସହ ଜଲିକଟୁର ଆୟୋଜନ ଠିକ ଢଙ୍ଗରେ କରାଯାଇଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । କେବଳ ରାହୁଲ ଗାନ୍ଧି ନୁହଁନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା,ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ତାମିଲନାଡୁରେ ପହଁଚିଛନ୍ତି । ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ଦୃଷ୍ଟକୋଣରୁ ଗୁରୁତ୍ୱ ମନେ କରାଯାଉଛି । ରାହୁଲଙ୍କୁ ସ୍ୱାଗତ କରିବା ପାଇଁ ମଦୁରାଇରେ ବ୍ୟାପକ ଆୟୋଜନ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/33-8.jpg)
/kanak/media/post_attachments/wp-content/uploads/2021/01/hhm-mh.png)