କନକ ବ୍ୟୁରୋ : ବିଲରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ରାକ୍ଟର ଚଳାଇଲେ ଆଉ ଚାଷୀଙ୍କ ସହ କଥା ହେଲେ । ବିଲରେ ଚାଷୀ ତଳି ରୋଉଥିଲେ । ଆଉ ହଠାତ ରାହୁଲ ଗାନ୍ଧୀ ବିଲରେ ପହଞ୍ଚି ଯାଇଥିଲେ । ଯାହାକୁ ଦେଖି ଚାଷୀ ମଧ୍ୟ ହଠାତ ହତବାକ ହୋଇଯାଇଥିଲେ । ରାହୁଲ ଗାନ୍ଧୀ ଦିଲ୍ଲାରୁ ଶିମଲା ଅଭିମୁଖେ ଯାଉଥିଲେ ।

Advertisment

ହରିଆଣାର ସୋନିପଥ ଦେଇ ଯାଉଥିବା ବେଳେ ରାସ୍ତା ପାର୍ଶ୍ୱରେ ଦେଖିବାକୁ ପାଇଥିଲେ ଚାଷୀ ବିଲରେ ତଳି ରୋଉଛନ୍ତି । ଆଉ ଏହାପରେ ନିଜ କାର ଅଟକାଇଥିଲେ ପୂର୍ବତନ କଂଗ୍ରେସ ସଭାପତି । ପରେ ଚାଷ ଜମିକୁ ଯାଇ ଚାଷଙ୍କୁ ଚାଷ କାମରେ ସହଯୋଗ କରିବା ସହିତ ତାଙ୍କ ସହ କଥା ହୋଇଥିଲେ ।