କନକ ବ୍ୟୁରୋ : ଓଡ଼ିଶାରେ ରାହୁଲ ଗାନ୍ଧୀ । ଝାରସୁଗୁଡାରେ ପହଞ୍ଚିଲେ ରାହୁଲ ।ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଲେ ରାହୁଲ । ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଦେବେ ଯୋଗ । ଦିନ ୧୧ଟା ୪୫ରୁ ୧୨ଟା ୪୫ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବଲାଙ୍ଗୀରରେ କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଏପରିକି ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ପ୍ରବଳ ଉତ୍ସାହିତ ଅଛନ୍ତି ।
ନିକଟରେ ରାହୁଲ ଗାନ୍ଧୀ ରାୟଗଡା ଆସିବାର ଥିଲା । ହେଲେ ସେଦିନ ରାହୁଲ ନାମାଙ୍କନ ଭରିବାକୁ ଥିବାରୁ ତାଙ୍କ ଗସ୍ତ ବାତିଲ ହୋଇଥିଲା । ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ରାହୁଲ ଗାନ୍ଧୀ । ଏହାପୂର୍ବରୁ ସାଲେପୁର ସଭାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/PTI04_17_2024_000183B.jpg)