ଲଗାତର ୩ ଦିନ ହେଲା ରାହୁଲ ଗାନ୍ଧୀଙ୍କ ଏକ ଘୋଷଣା ଗଣମାଧ୍ୟମର ସିରୋନାମା ପାଲଟିଛି । ଆଗାମୀ ନିର୍ବାଚନରେ କଂଗ୍ରେସ ଜିତିଲେ , ଦେଶର ୨୦ ପ୍ରତିଶତ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । ଏହି ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ ଚର୍ଚ୍ଚା ଜାରି ରହିଛି । ଯୋଜନା ଲାଗୁ ହେଲେ କେନ୍ଦ୍ରୀୟ ରାଜକୋଷରୁ ବାର୍ଷିକ ୩ ଲକ୍ଷ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଶ୍ନ ଉଠୁଛି ଏହି ଟଙ୍କା କେଉଁଠୁ ଆସିବ ଏବଂ ହିତାଧିକାରୀଙ୍କୁ କିଭଳି ଚୟନ କରାଯିବ । ଯୋଜନା ଘୋଷଣା ବେଳେ ରାହୁଲ ଗାନ୍ଧୀ କହିଛନ୍ତି, ଏହା ବଜେଟ୍ ନ୍ୟୁଟ୍ରାଲ ହେବ ।
ଅର୍ଥାତ୍ ବଜେଟ୍ ବାହାରେ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ କରାଯିବ । ଏଥିପାଇଁ ଗତ ୬ ମାସ ହେଲା ଦଳ ମାନସମନ୍ଥନ କରିଛି । ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନଙ୍କ ପରି ଅର୍ଥନୀତି ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । ରାହୁଲ ଏହି ଘୋଷଣାକୁ ନେଇ ଜାତୀୟ ଗଣମାଧ୍ୟମ ଏନଡି ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ରଘୁରାମ ରାଜନ । ପୂର୍ବତନ ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଗରିବଙ୍କୁ ସଶକ୍ତ କରିବା ପାଇଁ ସିଧା ସଳଖ ଟଙ୍କା ବାଂଟିବା ଏକ ଭଲ ଉପାୟ । କିନ୍ତୁ ହିତାଧିକାରୀ ଚୟନ ଓ ସବସିଡ୍ କାଂଟଛାଂଟ ବଡ ଚ୍ୟାଲେଂଜ ହେବ । ତେଣୁ କେଉଁ ସବୁ ଯୋଜନା କାଟ୍ କରି କଂଗ୍ରେସ ସିଧାସଳଖ ଟଙ୍କା ବାଂଟିବ ତାହା ସ୍ଥିର କରିବା ଦରକାର ବୋଲି ସେ ମତ ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/x1080-h4L.jpg)
/kanak/media/post_attachments/wp-content/uploads/2019/03/https___s3-ap-northeast-1.amazonaws.com_psh-ex-ftnikkei-3937bb4_images_3_9_4_0_4810493-1-eng-GB_20160618_Raghuram_Rajan_Nikkei-300x211.jpg)