ପୁଲିସ ସହ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧୀ । ହାଥରସରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ଅଧାବାଟରେ ଅଟକାଇଲା ପୁଲିସ ।

1,984
କନକ ବ୍ୟୁରୋ: ହାଥରସରେ ପହଂଚିବା ପୂର୍ବରୁ ଅଧାବାଟରୁ ଉଠାଇନେଲା ପୋଲିସ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପୋଲିସ ଉଠାଇ ନେଇଛି । ହାଥରସ ପିଡ଼ିତା ପରିବାରଙ୍କୁ ଭେଟିବାକୁ ଯିବା ସମୟରେ ରାସ୍ତାରେ ରାହୁଲ ଗାନ୍ଧୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଦିଲ୍ଲୀରୁ ହାଥରସ ଯିବା ବାଟରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ପିୟଙ୍କା ଏବଂ ରାହୁଲ ଗାନ୍ଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଫୋର୍ସ ଅଟକାଇବା ସହ ଦୁଇ ନେତ୍ାଙ୍କୁ ଉଠାଇ ନେଇଛି ।
ହାଥରସରେ ପହଂଚିବା ପୂର୍ବରୁ ରାହୁଲ-ପ୍ରିୟଙ୍କାଙ୍କ ଗାଡ଼ି ଅଟକାଇ ଦିଆଯାଇଥିଲା । ଫଳରେ ଦୁଇ ଜଣ ଏକ୍ସପ୍ରେସ ୱେରେ ପାଦରେ ଚାଲି ଚାଲି  ଯାଇଥିଲେ । ଗ୍ରେଟର ନୋଏଡ଼ାରେ ଶତାଧିକ ସମର୍ଥକଙ୍କ ସହ ଯିବା ସମୟରେ ପୋଲିସ ସେମାନଙ୍କୁ ଅଟାକାଇଥିଲା  । ତେଣୁ କଂଗ୍ରେସ କାର୍ଯ୍ୟକର୍ତା ଏବଂ ପୋଲିସ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରିୟଙ୍କା ଏବଂ ରାହୁଲଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀ-ନୋଏଡ଼ା ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଏହା ସହ ହାଥରସ ସିମା ସିଲ କରାଯାଇ ୧୪୪ଧାରା ଜାରି କରାଯାଇଛି  ।