କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଶ୍ନ ପଚାରିଲେ ଛାତ୍ର – ୭୨ ହଜାର ଟଙ୍କା ଦେବା ପାଇଁ ଫଣ୍ଡ କେଉଁଠାରୁ ଆଣିବେ ? ଏଭଳି ଜବାବ୍ ଦେଲେ ରାହୁଲ ଗାନ୍ଧୀ ।

796

ଲୋକସଭା ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଯୁବା ଭୋଟରଙ୍କ ଉପରେ ସମସ୍ତଙ୍କ ନଜର ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ମହାରାଷ୍ଟ୍ର ପୁନେରେ ଛାତ୍ରଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ଅନେକ ଛାତ୍ର ରାହୁଲଙ୍କୁ ପ୍ରଶ୍ନ କରିଥିଲେ । ଜଣେ ଛାତ୍ର ରାହୁଲଙ୍କୁୁ ପ୍ରଶ୍ନ ପଚାରିଥିଲେ ଯେ ନ୍ୟାୟ ଯୋଜନାର ଫଣ୍ଡ କେଉଁଠାରୁ ଆସିବ? ସେ କହିଥିଲେ ଆମେ ନିରବ ମୋଦି,ଅନିଲ ଅମ୍ବାନୀ,ମେହୁଲ୍ ଚୋକସି ତଥା ବିଜୟ ମାଲ୍ୟାଙ୍କଠାରୁ ଟଙ୍କା ନେଇ ଗରିବଙ୍କୁ ଦେବୁ । ଜଣେ ଛାତ୍ର ରାହୁଲଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ୨୦ ପ୍ରତିଶତ ଗରିବଙ୍କୁ ୭୨ ହଜାର ଟଙ୍କା ବାର୍ଷିକ ଦେବାକୁ ପ୍ରତିଶୃତି ଦେଇଥିଲେ । ରାହୁଲ କହିବାନୁସାର ସେ କୌଣସି ମଧ୍ୟବିତ୍ତ ପରିବାରର ଟ୍ୟାକ୍ସ ବଢାଇବେ ନାହିଁ । ରାହୁଲ କହୁଛନ୍ତି ଆମେ ସଂପୂର୍ଣ୍ଣ ହିସାବ ଲଗାଇ ସାରିଛୁୁ ଯେ ଟଙ୍କା କେଉଁଠାରୁ ଆସିବ ଏବଂ କିଭଳି ଭାବରେ ବଣ୍ଟାଯିବ । ପ୍ରଥମେ ପାଏଲଟ୍ ପ୍ରୋଜେକ୍ଟ ହେବ ଏବଂ ଏହା ପରେ ସମ୍ପୁର୍ଣ୍ଣ ଦେଶରେ ଲାଗୁ କରାଯିବ ।

ରୋଜଗାର ଉପରେ ସେ କହିଥିଲେ ଆଜି ଆମ ଦେଶରେ ୨୭ ହଜାର ଚାକିରୀ ପ୍ରତି ୨୪ ଘଣ୍ଟାରେ ଚାଲିଯାଉଛି । ଅନ୍ୟପକ୍ଷରେ ଚୀନ୍ ଲଗାତାର ନିଜ ଦେଶରେ ରୋଜଗାର ପ୍ରସ୍ତୁତ କରୁଛି । ଭାରତରେ ଦକ୍ଷତାକୁ ପ୍ରୋତ୍ସାହନ ଦିଆଯାଏନାହିଁ । ଛାତ୍ରଙ୍କ ସହ କଥାବାର୍ତ୍ତା କରି ରାହୁଲ କହିଥିଲେ, ବିମୁଦ୍ରୀକରଣ ଏବଂ ଜିଏସଟି ଭଳି ନିଷ୍ପତ୍ତିରେ ଦେଶର ଅର୍ଥବ୍ୟବସ୍ଥାକୁ ବହୁତ ବଡ ଝଟକା ଲାଗିଛି । ଆମେ ଅର୍ଥବ୍ୟବସ୍ଥାକୁ ଉନ୍ନତ କରିବାକୁ ଚେଷ୍ଟା କରିବୁ ।