କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଆସାମର ଡିବ୍ରୁଗଡରେ ଜନସଭା କରିବା ସହିତ ବିଜେପି ଉପରେ ଟାର୍ଗେଟ କରିଛନ୍ତି । ଏଥିସହ ଆଗାମୀ ଆସାମ ନିର୍ବାଚନରେ ଯଦି କଂଗ୍ରେସ ସେଠାରେ ସରକାର ଗଠନ କରେ ତେବେ ତାଙ୍କ ସରକାର ସେଠାକାର ଲୋକଙ୍କୁ ୫ ଲକ୍ଷ ଚାକିରି ଦେବାକୁ ରାହୁଲ ଆଜି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆସାମରେ କଂଗ୍ରେସ ସରକାର ଗଢିଲେ, ସେଠାରେ କଦାପି ସିଏଏ ଲାଗୁ ହେବ ନାହିଁ ଏବଂ ସେଠାକାର ଲୋକଙ୍କୁ ସରକାର ୨ ଶହ ୟୁନିଟ୍ ଯାଏଁ ମାଗଣା ବିଜୁଳି ଦେବେ ବୋଲି ରାହୁଲ କହିଛନ୍ତି ।
BJP promised Rs 351, but gives Rs 167 to Assam tea workers. I'm not Narendra Modi, I don't lie. Today, we give you 5 guarantees; Rs 365 for tea workers, we'll stand against CAA, 5 lakh jobs, 200 units free electricity &Rs 2000 for housewives: Congress MP Rahul Gandhi in Dibrugarh pic.twitter.com/48vCA5HLdK
— ANI (@ANI) March 19, 2021
ରାହୁଲ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ବିଜେପି ଚା ବଗିଚାରେ କାମ କରୁଥିବା ଲୋକଙ୍କୁ ୩୫୧ ଟଙ୍କା ଦେବାକୁ ଭରସା ଦେଇଥିଲା । ହେଲେ ଦେଲା ମାତ୍ର ୧୬୭ । ଏବେ କଂଗ୍ରେସ ଆସାମରେ ସରକାର ଗଠନ କଲେ ଚା ବଗିଚାରେ କାମ କରୁଥିବା ଲୋକଙ୍କୁ ୩୬୫ ଟଙ୍କା ଦିଆଯିବ । ଏଥିସହ ପ୍ରତି ଗୃହିଣୀଙ୍କୁ ୨ ହଜାର ଲେଖାଏଁ ଟଙ୍କା ଦିଆଯିବ ବୋଲି ରାହୁଲ କହିଛନ୍ତି ।
ବିଜେପି ଉପରେ ଟାର୍ଗେଟ କରି ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ମେଡ୍ ଇନ୍ ଇଣ୍ଡିଆ କଥା କହିଥିଲେ, ହେଲେ ଆଜି ବି ମୋବାଇଲ୍ ଫୋନ ପଛରେ ମେଡ୍ ଇନ୍ ଚାଇନା ଲେଖା ଥିବା ଦେଖିବାକୁ ମିଳୁଛି । ବିଜେପି ଯୁବକମାନଙ୍କୁ ରୋଜଗାର ଦେବାରେ ସଫଳ ହୋଇନି । କେବଳ ସମାଜକୁ ବାଣ୍ଟିବାକୁ ବିଜେପି ଚେଷ୍ଟା କରୁଛି ବୋଲି ରାହୁଲ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2019/04/rahul-gandhi-s-rally-in-valsad_d673581a-3e33-11e9-8dcd-48d58f228d8e.jpg)