କନକ ବ୍ୟୁରୋ: କଂଗ୍ରେସର ଫୋକସ୍ରେ ଓଡ଼ିଶା । ରାଜ୍ୟ ପ୍ରଭାରୀ ପରିବର୍ତନର ଠିକ୍ ଦିନକ ପରେ କଂଗ୍ରେସକୁ ନେଇ ଆସିଛି ବଡ଼ ସୂଚନା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର ସୂଚନା ମିଳିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦେଇଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ରେ ଏକ ବିଶାଳ ସମାବେଶ କରିପାରନ୍ତି କଂଗ୍ରେସର ଶୀର୍ଷସ୍ତରୀୟ ନେତା । ଓଡ଼ିଶା ଗସ୍ତର ତାରିଖ ଚୁଡ଼ାନ୍ତ ହେବା ପରେ ସୁନ୍ଦରଗଡରେ ଏହି ସମାବେଶ ହେବ । ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ପକେଟ୍ ଭୋଟ୍ ଥିବା କୁହାଯାଉଥିବା ବେଳେ ସେହି ଭୋଟ୍କୁ ନିଜ ଆଡକୁ ଆଣିବା ପାଇଁ ଉଦ୍ୟମ କରିପାରେ କଂଗ୍ରେସ ।
ଜାନୁଆରୀରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ, ପ୍ରିୟଙ୍କା, ମଲ୍ଲିକାର୍ଜୁନ ଖଡ଼ଗେ । ସୁନ୍ଦରଗଡ଼ରେ ହୋଇପାରେ ବିଶାଳ ସମାବେଶ ।
/kanak/media/post_attachments/wp-content/uploads/2023/12/19-30.jpg)