ହାଥରସ୍ ଗଣଦୁଷ୍ମର୍ମ ମାମଲା: କଟକଣା ହଟାଇଲେ ଯୋଗୀ ସରକାର, ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ଜଣକୁ ହାଥରସ୍ ଯିବାକୁ ଅନୁମତି । 

244

କନକ ବ୍ୟୁରୋ: ଗଣମାଧ୍ୟମ ପରେ ଏବେ ନେତାଙ୍କ ଉପରୁ ହଟିଲା କଟକଣା । ହାଥରସ୍ ଗଣଦୁଷ୍ମର୍ମ ମାମଲାରେ ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ଜଣଙ୍କୁ ହାଥରସ୍ ଯିବାକୁ ଅନୁମତି । ବହୁବାଦ ବିବାଦ ପରେ ହାଥରସ୍ ଯିବାକୁ ମଞ୍ଜୁରି ଦେଲେ ଉତ୍ତରପ୍ରଦେଶ ସରକାର । ତେବେ ହାଥରସ ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ ଭେଟିବା ଏବଂ ହାଥରସ ଯିବାକୁ କଟକଣା ଲାଗାଇଥିଲେ ଯୋଗୀ ସରକାର । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ବାରଣ କରାଯାଇଥିଲା । ୧୪୪ ଧାରା ଲଗାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷା ବଳୟରେ ଆବଦ୍ଧ କରି ଅଭେଦ୍ୟ ଦୁର୍ଗ କରାଯାଇଥିଲା । 

ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଓ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇ ହଟହଟା ହୋଇଥିଲେ । ତାଙ୍କୁ ଭେଟିବାକୁ ଦିଆଯିବା ତ ଦୂରର କଥା ଅଧାବାଟରୁ ପୋଲିସ୍ ପ୍ରଶାସନ ଉଠାଇନେଇଥିଲା । ଏହାପରେ ସମାଜବାଦୀ ପାର୍ଟିର ନେତାଙ୍କୁ ମଧ୍ୟ ସମାନ ହଟହଟା ହେବାକୁ ପଡ଼ିଥିଲା । ହେଲେ ଏସବୁ ପ୍ରତିବାଦ ପରେ ଆଜି ଯୋଗୀ ସରକାର କଟକଣା ହଟାଇଛନ୍ତି କେବଳ ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ଜଣକୁ ହାଥରସ୍ ଯିବାକୁ ଅନୁମତି ଦିଆଯାଇଛି । 

Comments are closed.