କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସଂସଦରେ ଲଗାତର ହଙ୍ଗାମା ହେବାରେ ଲାଗିଛି । ନିକଟରେ ଲଣ୍ଡନରେ ଦିଆଯାଇଥିବା ଭାରତର ଲୋକତନ୍ତ୍ର ନେଇ ତାଙ୍କର ଟିପ୍ପଣୀକୁ ବିରୋଧ କରାଯାଉଛି । ସରକାରଙ୍କ ତରଫରୁ ତାଙ୍କୁ ଘେରାଯାଉଛି । ବିଜେପି ପକ୍ଷରୁ ରାହୁଲ କ୍ଷମାମାଗନ୍ତୁ ବୋଲି ଦାବି କରାଯାଉଛି । ତେବେ ଏହାରି ଭିତରେ ଉତ୍ତର ରଖିଛନ୍ତି ନିଜେ ରାହୁଲ ଗାନ୍ଧୀ । ପ୍ରେସମିଟ କରି ସେ କହିଛନ୍ତି, ମୋତେ ଆଶା ରହିଛି ଯେ କାଲି କହିବାର ସୁଯୋଗ ମିଳିବ । ତେବେ ଏହା ମଧ୍ୟ ହୋଇନପାରେ ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି, କିଛି ଦିନ ପୂର୍ବେ ନରେନ୍ଦ୍ର ମୋଦୀ ଏବଂ ଆଦାନୀଙ୍କ ବାବଦରେ ମୁଁ ଯେଉଁ ପ୍ରଶ୍ନ ପଚାରି ଥିଲି ତାକୁ ସଂସଦର କାର୍ଯ୍ୟକ୍ରମରୁ ହଟାଇଦିଆଯାଇଥିଲା । ଏହି ସବୁ କଥାକୁ ମୁଁ ଲୋକଙ୍କ ଆଗରେ ରଖିଛି । ସେହି ଭାଷଣରେ ଏଭଳି କିଛି ନଥିଲା ଯାହାକୁ ସାର୍ବଜନୀନ ରେକର୍ଡରେ ନାହିଁ । ସରକାରୀ ଆଦାନୀଙ୍କୁ ଡରୁଛନ୍ତି ସେଥିପାଇଁ ଏଭଳି କାମ କରୁଛନ୍ତି ।
ରାହୁଲ ଆହୁରି ମଧ୍ୟ କହିଛନ୍ତି, ମୋତେ ଲାଗୁଛି ସଂସଦରେ ମୋତେ କହିବାକୁ ସୁଯୋଗ ମିଳିନପାରେ । ଚାରିଜଣ ମନ୍ତ୍ରୀ ମୋ ବାବଦରେ ଅଭିଯୋଗ ଲଗାଇଛନ୍ତି ତେଣୁ ଏବାବଦରେ ଜବାବ ଦେବା ମୋ ଦାୟିତ୍ୱ । ମୁଁ ଲୋକସଭା ବାଚସ୍ପତିଙ୍କ ପାଖରେ ଅନୁରୋଧ କରିଛି ଯେ ମୋତେ କହିବାକୁ ସୁଯୋଗ ମିଳୁ । ସରକାର ଯାହା କରୁଛନ୍ତି ତାହା ଆଦାନୀ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କରୁଛନ୍ତି ।