ରାଫେଲ ଡିଲ୍ ମାମଲାରେ ମୋଦିଙ୍କୁ ଟାର୍ଗେଟ୍ କଲେ ରାହୁଲ : କହିଲେ, ଚୌକିଦାର ହି ଚୋର ଏହା ମୁଁ ସାବ୍ୟସ୍ତ କରିଦେବି

332

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ଥରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି କି, ଦେଶର ପ୍ରଧାନମନ୍ତ୍ରୀ କେବେ ସାମ୍ବାଦିକ ସମ୍ମିଳନୀ କାହିଁକି କରନ୍ତିନି । ରାଫେଲ ମାମଲାରେ ବି ମୋଦି କିଛି କୁହନ୍ତିନି । ଏହି ମାମଲାରେ ଅରୁଣ ଜେଟଲୀ ଓ ନିର୍ମଳା ସୀତାରମଣ କହନ୍ତି । ଦୀର୍ଘ ସମୟ ଧରି ରାଫେଲ ଉଡାଜାହାଜର ଚୁକ୍ତିରେ ଦୁର୍ନୀତିର କଥା ଚାଲିଛି । ଜାହାଜକୁ ୧୬୦୦ କୋଟିରେ କାହିଁକି କିଣା ଗଲା । ମୋଦିଜୀ ଯେତେ ବି ଚୁପ୍ ରୁହନ୍ତୁ । ଆମେ ସାବ୍ୟସ୍ତ କରିଦେବୁ କି, ଚୌକିଦାର ହି ଚୋର ।

 

ରାହୁଲ ରାଫେଲ ମାମଲାରେ ପ୍ରଶ୍ନ କଲେ କି, ଏଚଏଏଲ କମ୍ପାନୀ ଠାରୁ ଠିକା ନେଇ ଅନୀଲ ଅମ୍ବାନୀଙ୍କୁ କାହିଁକି ଦେଲେ ? ସେ କହିଲେ କି, ହିନ୍ଦୁସ୍ତାନରେ ରୋଜଗାରର ଅଭାବ, କିନ୍ତୁ ଭାରତ ସରକାର ଫ୍ରାନ୍ସରୁ ୩୬ ରାଫେଲ ନିର୍ମାଣ କରିବାକୁ କହିଲେ । ରାଫେଲ ମାମଲାରେ ଦୁର୍ନୀତି ହୋଇଛି । ଏହି ମାମଲାରେ ତାଙ୍କର ପ୍ରଶ୍ନ ଜାରି ରହିବ । ରାଫେଲ ମାମଲାରେ ସିଏଜିକୁ ବି ସୂଚନା ନାହିଁ ।