ଆରଏସଏସ ମାନହାନୀ ମକଦ୍ଦମା ମାମଲାରେ କୋର୍ଟରେ ହାଜର ହେଲେ ରାହୁଲ। ୧୫ ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ମିଳିଲା ଆଗୁଆ ଜାମିନ

ସେପଟେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ପ୍ରିୟଙ୍କା

76

କନକ ବ୍ୟୁରୋ: ଆରଏଏସଏସ ସହ ଜଡିତ ମାନହାନି ମୋକଦ୍ଦମା ମାମାଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଗୁଆ ଜାମିନ ମିଳିଛି । ରାହୁଲଙ୍କ ବିରୋଧରେ ଆଏସଏସର ଜଣେ କର୍ମୀ ମାନହାନି ମୋକଦ୍ଦମା ଦାୟର କରିଛନ୍ତି । କିଛିଦିନ ତଳେ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡ ସହ ବିଜେପି-ଆରଏଏସଏସର ସମ୍ପର୍କକୁ ଯୋଡିଥିଲେ ରାହୁଲ ଗାନ୍ଧି ।

ଏହା ବିରୋଧରେ କୋର୍ଟକୁ ଯାଇଥିଲେ ଆରଏସଏସ କର୍ମୀ । ଆଜି କୋର୍ଟ ଶୁଣାଣି ସମୟରେ ରାହୁଲ ଗାନ୍ଧି ହାଜର ହୋଇ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ଏହା ପରେ ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ରାହୁଲଙ୍କ ବେଲ ମିଳିଥିଲା । ୨୦୧୭ରେ ବେଙ୍ଗାଲୁରୁରେ ଗୌରୀ ଲଙ୍କେଶଙ୍କ ହତ୍ୟା ହୋଇଥିଲା ।

ଅନ୍ୟପଟେ, କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧି । ଟୁଇଟ୍ କରି ପ୍ରିୟଙ୍କା କହିଛନ୍ତି ଯାହା ସେ କରିଛନ୍ତି ବହୁତ୍ କମ୍ ଲୋକ ସେପରି କରିବାକୁ ସାହସ ରଖିପାରନ୍ତି । ରାହୁଲଙ୍କ ଇସ୍ତଫାର ଦିନକ ପରେ ଆସିଛି ପ୍ରିୟଙ୍କାଙ୍କ ଟୁଇଟ୍ । ଗୁରୁବାର ଏଭଳି ଟୁଇଟ୍ କରି ରାହୁଲଙ୍କ ନିଷ୍ପତି ପ୍ରତି ତାଙ୍କର ସମ୍ମାନ ରହିଥିବା କହିଛନ୍ତି । ବୁଧବାର ନିଜେ ଟୁଇଟ୍ କରି ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ପତ୍ର ଅପଲୋଡ୍ କରିଥିଲେ । ଏଥିରେ ସ୍ପଷ୍ଟ କରିଥିଲେ ବିଜେପି ସହିତ ଲଢେଇ କରିବାକୁ ଏବେ ପାର୍ଟିରେ ବଡଧରଣର ପରିବର୍ତନ ଆବଶ୍ୟକତା ରହିଛି । ୨୦୧୯ ଲୋକସଭା ନିର୍ବାଚନରେ ଦଳର ପରାଜୟର ଉତର ଦାୟିତ୍ୱ ସେ ନିଜ ମୁଣ୍ଡକୁ ନେଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା କରି ଥିଲେ ।