ଓଡିଶାରେ ନ୍ୟାୟ ଯାତ୍ରାର ଶେଷ ଦିନରେ ହକି ଖେଳିଲେ ରାହୁଲ ଗାନ୍ଧୀ  । ଭାରତୀୟ କନିଷ୍ଠ ହକି ଖେଳାଳି ଓ ଧନୁର୍ବିଦ୍ୟା ଖେଳାଳିଙ୍କୁ କଲେ ଉତ୍ସାହିତ ।

55

କନକ ବ୍ୟୁରୋ: ହକି ଖେଳିଲେ ରାହୁଲ ଗାନ୍ଧୀ । ଓଡିଶାରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଶେଷ ଦିନରେ ଝାରସୁଗୁଡାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଆମଲିପଲ୍ଲୀ ପଡିଆଠାରେ ରାହୁଲ ଗାନ୍ଧୀ ହକି ଷ୍ଟିକ ଧରି ଖେଳାଳିଙ୍କ ସହ ହକି ଖେଳିଛନ୍ତି । ସୁନ୍ଦରଗଡରୁ ଆସିଥିବା ଭାରତୀୟ ହକି ଦଳର କନିଷ୍ଠ, ସର୍ବ କନିଷ୍ଠ ଓ ଧନୁର୍ବିଦ୍ୟା ଖେଳାଳିଙ୍କୁ ଭେଟିବା ସହ ନିଜେ ବି ସେମାନଙ୍କ ସହ କିଛି ସମୟ ହକି ଖେଳି, ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି ।