କନକ ବ୍ୟୁରୋ: ହକି ଖେଳିଲେ ରାହୁଲ ଗାନ୍ଧୀ । ଓଡିଶାରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଶେଷ ଦିନରେ ଝାରସୁଗୁଡାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଆମଲିପଲ୍ଲୀ ପଡିଆଠାରେ ରାହୁଲ ଗାନ୍ଧୀ ହକି ଷ୍ଟିକ ଧରି ଖେଳାଳିଙ୍କ ସହ ହକି ଖେଳିଛନ୍ତି । ସୁନ୍ଦରଗଡରୁ ଆସିଥିବା ଭାରତୀୟ ହକି ଦଳର କନିଷ୍ଠ, ସର୍ବ କନିଷ୍ଠ ଓ ଧନୁର୍ବିଦ୍ୟା ଖେଳାଳିଙ୍କୁ ଭେଟିବା ସହ ନିଜେ ବି ସେମାନଙ୍କ ସହ କିଛି ସମୟ ହକି ଖେଳି, ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି ।
ଓଡିଶାରେ ନ୍ୟାୟ ଯାତ୍ରାର ଶେଷ ଦିନରେ ହକି ଖେଳିଲେ ରାହୁଲ ଗାନ୍ଧୀ । ଭାରତୀୟ କନିଷ୍ଠ ହକି ଖେଳାଳି ଓ ଧନୁର୍ବିଦ୍ୟା ଖେଳାଳିଙ୍କୁ କଲେ ଉତ୍ସାହିତ ।
/kanak/media/post_attachments/wp-content/uploads/2024/02/2-15.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)