କନକ ବ୍ୟୁରୋ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଟିକିଏ ଫୁରସତରେ ରାହୁଲ ହିମାଚଳପ୍ରଦେଶ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସିମଲାରେ ରାହୁଲ କିଛି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସହ ଚେସ ଖେଳିବାର ଚିତ୍ର ସାମ୍ନାକୁ ଆସିଛି ।
ଖାଲି ରାହୁଲ ନୁହଁନ୍ତି ତାଙ୍କ ସାଥିରେ ଥିଲେ ଭଉଣୀ ପ୍ରିୟଙ୍କା ଭଦ୍ରା । ଦୁହେଁ ଭାଇ ଭଉଣୀ ମିଶି ବେଶ କିଛି ସମୟ ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସହ ବିତାଇଥିଲେ । ରାସ୍ତାରେ ଯାଉଥିବା ସମୟରେ ଏକ ଢାବାରେ ଅଟକି ରାହୁଲ ଚା ପିଇବା ସହ କିଛି ସ୍ନାକ୍ସ ଖାଇଥିଲେ । ତେବେ ନିର୍ବାଚନୀ ପ୍ରଚାରରେ ଦୀର୍ଘଦିନ ଧରି ରହିବା ପରେ ରାହୁଲଙ୍କୁ କୁଲ ମୁଡରେ ଦେଖିବାକୁ ମିଳିଥିଲା ।
/kanak/media/post_attachments/wp-content/uploads/2018/12/modi-rahul-1-300x178.jpg)
ନିକଟରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟରେ ସ୍ଥିତି ଜାହିର କରିଥିଲା କଂଗ୍ରେସ । ଯାହା ୨୦୧୯ ନିର୍ବାଚନ ପୂର୍ବରୁ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ପାଇଁ କୌଣସି ଶକ୍ତ ଝଟକାଠାରୁ କମ ନଥିଲା । ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ତିନିଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପି ହାତରୁ ଶାସନ ଛଡ଼ାଇ ନେବାରେ କଂଗ୍ରେସ ସଫଳ ହୋଇଥିଲା ।