କର୍ଣ୍ଣାଟକ ନିର୍ବାଚନ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦିଲ୍ଲୀରୁ ହୁବଳୀ ଯାଉଥିବା ବିମାନରେ ଯାନ୍ତ୍ରିକ ଅସୁବିଧା ଦେଖାଦେଇଥିଲା । ଯେଉଁଥିପାଇଁ ବିମାନକୁ ଜରୁରୀକାଳୀନ ଲ୍ୟାଣ୍ଡିଙ୍ଗ୍ ମଧ୍ୟ କରିବାକୁ ପଡିଥିଲା । କିନ୍ତୁ ଡିଜିସିଏ ଜାଞ୍ଚ୍ ରିପୋର୍ଟରେ ଜଣା ପଡିଥିଲା ଯେ ରାହୁଲ ଗାନ୍ଧିଙ୍କ ବିମାନ କ୍ରଶ୍ ହେବାର କିଛି ସେକେଣ୍ଡର ଦୂରତାରେ ଥିଲା ।
ରିପୋର୍ଟ ଅନୁସାରେ, ଯାନ୍ତ୍ରିକ ଅସୁବିଧା କାରଣରୁ ପାଇଲଟ୍ ପ୍ଲେନକୁ କାବୁ କରିପାରିନଥିଲେ । ଯଦି ଜରୁରୀକାଳିନ ଲ୍ୟାଣ୍ଡିଙ୍ଗ୍ କରାଯାଇନଥାନ୍ତା ତେବେ ମାତ୍ର କିଛି ସେକେଣ୍ଡର ଅନ୍ତରାଳରେ ରାହୁଲ ଗାନ୍ଧିଙ୍କ ବିମାନ କ୍ରଶ୍ ହୋଇଯାଇଥାନ୍ତା । ଏହି ଘଟଣା ପରେ କଂଗ୍ରେସ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛି । ଜଣେ ବରିଷ୍ଠ ଡିଜିସିଏ ଅଧିକାରୀ ଏବଂ ରାହୁଲଙ୍କ ନିକଟତରଙ୍କ କହିବାନୁସାର ପାଇଲଟଙ୍କ ସାମାନ୍ୟ ଭୁଲ୍ ଏବଂ ବିମାନରେ ଥିବା ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥାଇପାରେ ।
ତେବେ ଆପଣଙ୍କୁ ଏଠାରେ କହିରଖୁଛୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧିଙ୍କ ସହ ଏଭଳି ଏକ ଦୁର୍ଘଟଣା ଘଟିଥିଲା । ଏହି ଘଟଣାକୁ ବ୍ୟାଖା କରି ରାହୁଲ କହିଥିଲେ ଯେ ସେ ସମୟରେ ସେ ଖୁବ୍ ଡରିଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/hjuyk.jpg)
/kanak/media/post_attachments/wp-content/uploads/2018/08/rahul-falcon-1-300x170.jpg)
/kanak/media/post_attachments/wp-content/uploads/2018/08/photo-1-300x163.jpg)