କନକ ବ୍ୟୁରୋ: ଆସନ୍ତା କାଲି ଲୋକସଭା ବାଚସ୍ପତି ନିର୍ବାଚନ । ଆଜି ଏନେଇ ନାମାଙ୍କନ ହେଉଛି । ହେଲେ ବାଚସ୍ପତି ପଦକୁ ନେଇ ବିରୋଧୀ କଂଗ୍ରେସ କିନ୍ତୁ ଅସନ୍ତୁଷ୍ଟ । ରାହୁଲ ଗାନ୍ଧୀ କହିଛନ୍ତି , ‘ବିରୋଧୀ ଭାବେ ଆମେ ଶାସକ ଦଳର ବାଚସ୍ପତିଙ୍କୁ ସମର୍ଥନ ଦେବୁ । କିନ୍ତୁ ଗୋଟିଏ ସର୍ତ୍ତ । ଡେପୁଟି ସ୍ପିକର ପଦ କିନ୍ତୁ ବିରୋଧୀ ଦଳକୁ ମିଳିବା ଦରକାର । ଏ ବାବଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ହେଲେ ଏଯାଏଁ ତାଙ୍କର କୌଣସି କଲଟିଏ ବି ଆସିନାହିଁ । ଯାହା କଂଗ୍ରେସ ପ୍ରତି ଘୋର ଅପମାନ । ତେଣୁ ବିଜେପିର ଉଦ୍ଦେଶ୍ୟ ଆଦୌ ସ୍ୱଚ୍ଛ ନୁହେଁ , ପ୍ରକୃତରେ ମୋଦୀ କୌଣସି ସହମତି ଓ ସହଯୋଗ ଚାହୁଁନାହାଁନ୍ତି ବୋଲି ଏଥିରେ ସ୍ପଷ୍ଟ ହେଉଛି’ ବୋଲି ରାହୁଲ କାହିଛନ୍ତି ।