ହାଥରସ ଗଣଦୁଷ୍କର୍ମ ଘଟଣା : ଯୋଗୀ ସରକା ଉପରେ ପ୍ରବଳ ବର୍ଷିଲେ ରାହୁଲ ଗାନ୍ଧୀ

203

କନକ ବ୍ୟୁରୋ : ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି । ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବି ଖରାପ କରିବାକୁ ଉଦ୍ୟମ କରାଯାଉଥିବା ନେଇ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କ ବୟାନ ପରେ ବର୍ଷିଛନ୍ତି ରାହୁଲ ।

ରାହୁଲ କହିଛନ୍ତି ଏକ ଦଳିତ ପରିବାରର ଝିଅ ସହିତ ଯେଭଳି ଘଟଣା ଘଟିଛି ତାହା ସାରା ଦେଶ ଦେଖୁଛି । ୟୁପି ମୁଖ୍ୟମନ୍ତ୍ରୀ କେବଳ ନିଜେ ଯାହା ଭାବୁଛନ୍ତି ତାହା କହି ଯାଉଛନ୍ତି । ଦଳିତ ପରିବାରର ଝିଅକୁ ନ୍ୟାୟ ମିଳିବା ଯାଏଁ କଂଗ୍ରେସ ତାଙ୍କ ସାଥୀରେ ରହିବ ବୋଲି କହିଛନ୍ତି ରାହୁଲ ।