କନକ ବ୍ୟୁରୋ : ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କୁ କଂଗ୍ରେସ ନେତାମାନେ ବାରମ୍ବାର କଟାକ୍ଷ କରୁଛନ୍ତି । ଏହାକୁ ନେଇ ରାଏବରେଲୀ ସାଂସଦ ତଥା ଲୋକସଭାର ବିରୋଧୀଦଳ ନେତା କଂଗ୍ରେସ ନେତାମାନଙ୍କୁ ଚେତାବନୀ ଦେଇ କହିଛନ୍ତି କି, କେହି ବି ସ୍ମୃତି ଇରାନୀଙ୍କ ବିରୋଧରେ ଅଭଦ୍ର ମନ୍ତବ୍ୟ ଦିଅ ନାହିଁ । ରାହୁଲ ଗାନ୍ଧୀ କହିଛନ୍ତି, ଜୀବନରେ ବିଜୟ ଓ ପରାଜୟ ଲାଗି ରହିଛି, ହେଲେ କାହାକୁ ଅପମାନିତ କରିବା ଜଣେ ଦୁର୍ବଳ ମାନସିକତାର ପ୍ରତିକ ।

Advertisment

ଏହାସହ ସେ କଂଗ୍ରେସ ନେତାମାନଙ୍କୁ ଚେତାବନୀ ଦେଇ କହିଛନ୍ତି କି, ଆଗକୁ କେହି ବି ସ୍ମୃତି ଇରାନୀଙ୍କ ବାବଦରେ ଅଭଦ୍ର ଟିପ୍ପଣୀ କରନାହିଁ । ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି କି, ଜୀବନରେ ବିଜୟ ଓ ପରାଜୟ ଲାଗି ରହିଛି, ମୁଁ ସମସ୍ତ କଂଗ୍ରେସ ନେତାଙ୍କୁ ଅନୁରୋଧ କରୁଛି କି, ସ୍ମୃତି ଇରାନୀ ହୁଅନ୍ତୁ ବା ଅନ୍ୟ କେହି ନେତା, କାହାରି ବାବଦରେ ଅଭଦ୍ର ଟିପ୍ପଣୀ କରନ୍ତୁ ନାହିଁ ।

ସୂଚନା ଥାଉ କି, ସ୍ମୃତି ଇରାନୀ ୨୦୧୯ ମସିହାରେ ଉତ୍ତର ପ୍ରଦେଶର ଆମେଥୀ ଆସନରୁ ରାହୁଲ ଗାନ୍ଧୀଙ୍କୁ ପରାଜିତ କରିଥିଲେ । ଏହାପରେ ସଂସଦ ଠାରୁ ସଡକ ପର୍ଯ୍ୟନ୍ତ ସେ ବାରମ୍ବାର ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗାନ୍ଧୀ ପରିବାରକୁ ଟାର୍ଗେଟ୍ କରୁଥିଲେ । ଏହାସହ ସେ ୨୦୨୪ ନିର୍ବାଚନରେ ଆମେଠୀରୁ ଲଢିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଥିଲେ । ହେଲେ ରାହୁଲ ଗାନ୍ଧୀଙ୍କ ପରିବର୍ତ୍ତେ କଂଗ୍ରେସ ଦଳର ଜଣେ ସାଧାରଣ ନେତାଙ୍କୁ ସେଠାରୁ ପ୍ରାର୍ଥୀ କରିଥିଲେ । ଦୁଃଭାଗ୍ୟ ବସତଃ ସ୍ମୃତି ଇରାନୀ କଂଗ୍ରେସର ସେହି ସାଧାରଣ ନେତାଙ୍କ ଠାରୁ ବିପୁଳ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଏହାପରେ କଂଗ୍ରେସ ନେତାମାନେ ସୋସିଆଲ ମିଡିଆରେ ସ୍ମୃତି ଇରାନୀଙ୍କୁ ବାରମ୍ବାର କଟାକ୍ଷ କରିବାରେ ଲାଗିଥିଲେ ।