କନକ ବ୍ୟୁରୋ : ୪ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି । ସଦ୍ୟ ସୂଚନା ମୁତାବକ ୪ଟି ରାଜ୍ୟରୁ ୩ଟି ରାଜ୍ୟରେ ବିଜେପି ଓ ଗୋଟିଏ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ହାତରୁ କ୍ଷମତା ଛଡାଇ ନେଇଛି ବିଜେପି । ସେହିଭଳି ତେଲେଙ୍ଗାନାରେ କେସିଆରଙ୍କ ହାତରୁ କ୍ଷମତା ଛଡାଇ ନେଇଛି କଂଗ୍ରେସ । ଏସବୁ ଭିତରେ ଉଭୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ।

Advertisment

ରାହୁଲ ଗାନ୍ଧୀ କହିଛନ୍ତି କି, ନିର୍ବାଚନରେ ବିଜୟ ଓ ପରାଜୟ ରହିଛି । ହେଲେ ବିଜେପି ବିରୋଧରେ ଚାଲିଥିବା ବିଚାରଧାରାର ଲଢେଇ ଉପରେ ଏହି ପରାଜୟର ପ୍ରଭାବ ପଡିବ ନାହିଁ । ଦେଶକୁ ସାଂପ୍ରଦାୟିକତାବାଦରୁ ରକ୍ଷା କରିବା ପାଇଁ ବିଜେପି ବିରୋଧରେ ବିଚାରଧାରାର ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡର ଭୋଟରମାନଙ୍କୁ ଧନ୍ୟବାଦ ଦେବା ସହ ପରାଜୟକୁ ରାହୁଲ ଗାନ୍ଧୀ ସ୍ୱୀକାର କରିଛନ୍ତି । ତେଲେଙ୍ଗାନା ଉର୍ଦ୍ଦେଶ୍ୟରେ ରାହୁଲ ଗାନ୍ଧୀ କହିଛନ୍ତି କି, ତେଲେଙ୍ଗାନାବାସୀଙ୍କୁ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ଖୁବଶୀଘ୍ର ପାଳନ କରାଯିବ । ତେଲେଙ୍ଗାନା କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ରାହୁଲ ଗାନ୍ଧୀ କୃତଜ୍ଞତା ଜଣାଇଛନ୍ତି ।