ଚର୍ଚ୍ଚାରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଆତ୍ମଜୀବନୀ । ଓବାମାଙ୍କ ନଜରରେ ରାହୁଲ ରାଜନୀତିରେ ଜଣେ ନର୍ଭସ ଓ ଅପରିପକ୍ୱ ଛାତ୍ର 

186

କନକ ବ୍ୟୁରୋ : ଆମେରିକାରେ ପ୍ରାୟ ଦୁଇ ମାସ ଲାଗି ରହିଥିବା ନିର୍ବାଚନୀ ମାହୋଲ ଏବେ ଧିରେ ଧିରେ କମ ହେବାରେ ଲାଗିଛି  । ଏଭଳି ସମୟରେ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ଏକ ନୂଆ ବହି ଉନ୍ମୋଚିତ ହୋଇଛି । ରାଷ୍ଟ୍ରପତି ପଦରୁ ବିଦାୟ ନେବା ପରେ ଓବାମା ତାଙ୍କ ଆତ୍ମକଥା ଏ ପ୍ରୋମିଜ୍ଡ ଲ୍ୟାଣ୍ଡ ଲେଖି ନିଜର ଅନୁଭବକୁ ବଖାଣିଛନ୍ତି । ଏହି ବହି ଭାରତରେ ବି ଚର୍ଚ୍ଚାକୁ ଆସିଛି । କାରଣ ବହିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ କିଛି ରାଜନେତାଙ୍କ ବିଷୟରେ ଲେଖିଛନ୍ତି ଓବାମା ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂଆ ବହି ‘ଏ  ପ୍ରୋମିଜ୍ଡ ଲ୍ୟାଣ୍ଡ’ଏବେ ଚର୍ଚ୍ଚାରେ । ଏହି ବହିରେ ଓବାମାଙ୍କ ନଜରରେ କଂଗ୍ରେସର ସବୁଠାରୁ ବଡ ଚେହେରା ରାହୁଲ ଗାନ୍ଧୀ ରାଜନୀତିରେ କେତେ ପରିପକ୍ୱ ସେ ନେଇ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି ।

ଓବାମା ତାଙ୍କ ବହିରେ ଲେଖିଛନ୍ତି, ‘‘ରାହୁଲଙ୍କ ଭିତରେ ଜଣେ ନର୍ଭସ ଓ ଅପରିପକ୍ୱ ଛାତ୍ରଙ୍କ ଗୁଣ ରହିଛି , ଯିଏକି ନିଜର ପାଠ୍ୟକ୍ରମ ପୂରା କରୁ କରୁ ଶିକ୍ଷକଙ୍କ ମନଜିିଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଯଦି ଭଲ କରି ଦେଖାଯାଏ ତେବେ ଯୋଗ୍ୟତାରେ କମ ରହିଛି ଓ କୌଣସି ବିଷୟରେ ପରିପକ୍ୱତା ହାସଲ କରିବାର ଇଛାରେ କମ୍ ରହିଛି’’ ।

ଆମେରିକାର ରାଷ୍ଟ୍ରପତି ପଦରୁ ବିଦାୟ ନେବା ପରେ ବରାକ ଓବାମା ନିଜେ ତାଙ୍କ ଅତ୍ମଜୀବନୀ ଲେଖିଛନ୍ତି । ଏହାର କିଛି ଅଂଶ ରିଭ୍ୟୁ ଆକାରରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଛି । ଏଥିରେ ରାହୁଲଙ୍କ ବିଷୟରେ ଲେଖାଥିବା ପ୍ରକାଶ ପାଇଛି । ରାହୁଲ ଗାନ୍ଧୀଙ୍କ ପରିପକ୍ୱତାକୁ ନେଇ ଓବାମା ତାଙ୍କ ବହିରେ ପ୍ରଶ୍ନ ଉଠାଇବା ପରେ ରାହୁଲଙ୍କୁ ଘେରିବା ପାଇଁ ଭାରତୀୟ ଜନତା ପାର୍ଟିର ନେତାଙ୍କୁ ଏକ ସୁଯୋଗ ମିଳିଯାଇଛି ।

କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି, ଗିରିରାଜ ସଂହଙ୍କ ସମେତ ବହୁ ବିଜେପି ନେତା ରାହୁଲଙ୍କୁ ଟାର୍ଗେଟ କରି କଡା ସମାଲୋଚନା କରିଛନ୍ତି । ଅନ୍ୟପଟେ ରାହୁଲଙ୍କୁ ଅପରିପକ୍ୱ ବୋଲି ତାଙ୍କ ବହିରେ ଦର୍ଶାଇବା ପରେ ଓବାମାଙ୍କୁ ଅନଫଲୋ କରିଛନ୍ତି କଂଗ୍ରେସ ସାଂସଦ । ଓବାମା ତାଙ୍କ ଆତ୍ମଜୀବନୀରେ ରାହୁଲଙ୍କ ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ସୋନିଆ ଗାନ୍ଧୀ, ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବିଷୟରେ ମଧ୍ୟ ଲେଖିଛନ୍ତି । ମନମୋହନଙ୍କୁ ଜଣେ ନିଷ୍ଠାପର ବ୍ୟକ୍ତି ବୋଲି ଦର୍ଶାଇଥିବାବେଳେ ସୋନିଆଙ୍କୁ ପ୍ରଶଂସା କରିଛନ୍ତି ।

Comments are closed.