କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ହେବ ଶୁଣାଣି । ସୁପ୍ରିମକୋର୍ଟ ଜୁଲାଇ ୨୧ ଅର୍ଥାତ୍ ଶୁକ୍ରବାର ଶୁଣାଣି କରିବେ । ଗୁଜରାଟର ତଳ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ନେଇ ଯେଉଁ ରାୟ ଶୁଣାଇଛନ୍ତି ତା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ରାହୁଲ । ନିକଟରେ ଗୁଜରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ ବଳବତର ରଖିବା ପରେ ରାହୁଲ ନିରାଶ ହୋଇଥିଲେ ।

Advertisment

ଏହା ପରେ ସେ ଦେଶର ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛନ୍ତି । ରାହୁଲ ଓ କଂଗ୍ରେସ ଆଶା ରଖିଛନ୍ତି ଯେ ସୁପ୍ରିମକୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିପାରେ । ଯଦି ସୁପ୍ରିମକୋର୍ଟ ଦୁଇ ବର୍ଷର ରାୟ ନିର୍ଦ୍ଦେଶକୁ ଖାରଜ ନକରନ୍ତି ତାହେଲେ ରାହୁଲ ସାଂସଦ ସଭ୍ୟ ପଦ ଫେରିପାଇପାରିବେ ନାହିଁ କିମ୍ବା ପରବର୍ତ୍ତୀ ନିର୍ବାଚନ ଲଢି ବି ପାରିବେ ନାହିଁ । ମୋଦୀ ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।