କନକ ବ୍ୟୁରୋ: କରୋନା ସଂକଟ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପ୍ରସ୍ତାବ । କହିଲେ, ବର୍ତମାନ ସ୍ଥିତିରେ ଗରିବଙ୍କ ଖାତାକୁ ତୁରନ୍ତ ପଠାଯାଉ ୭ ହଜାର ୫ଶହ ଟଙ୍କା । ଗରିବଙ୍କ ଖାତାକୁ ଏହି ଟଙ୍କା ସିଧାସଳଖ ପଠାଯିବା ଆବଶ୍ୟକ । ଲୋକଙ୍କୁ ଆଜି ସହାୟତାର ଆବଶ୍ୟକତା ରହିଛି, କାଲି ନୁହେଁ ।

Advertisment

ପ୍ରବାସୀ ଶ୍ରମିକଙ୍କ ବିଷୟରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର କଥା ହେବାର ଆବଶ୍ୟକତା ରହିଛି । ସେହିପରି କରୋନା ସଂକଟରୁ ମୁକୁଳିବା ପାଇଁ ତାଲାବନ୍ଦ ଏକମାତ୍ର ଉପାୟ ନୁହେଁ । ତାଲାବନ୍ଦ ସହ ଅନ୍ୟ ଉପାୟ କରିବାକୁ ପଡିବ । ରେଡ୍, ଅରେଞ୍ଜ , ଗ୍ରୀନ୍ ଜୋନ ନେଇ ଆଲୋଚନା ହେବାର ଆବଶ୍ୟକତା ରହିଛି ।