ଅଟୋ ଚାଳକଙ୍କୁ ଭେଟିଲେ ରାହୁଲ: ସଫେଇ କର୍ମୀଙ୍କ ହାଲଚାଲ ପଚାରି ବୁଝିଲେ, ଡେଲିବରୀ ବୟଙ୍କ ସମସ୍ୟା ଶୁଣିଲେ

79

କନକ ବ୍ୟୁରୋ: ତେଲେଙ୍ଗାନାରେ ତ୍ରିକୋଣୀୟ ଲଢେଇ ହେବ । ବିଜେପି, କଂଗ୍ରେସ ଓ ବିଆରଏସ ମଧ୍ୟରେ ଟକ୍କର ହେବ ଜୋରଦାର । ଆଂଚଳିକ ଦଳ ତଥା ଲଗାତର ୨ୟଥ ପାଇଁ ଶାସନଗାଦୀରେ ଥିବା ବିଆରଏସ ପାଇଁ ଏଥରକ ନିର୍ବାଚନ ମଧ୍ୟ ଚ୍ୟାଲେଂଜପୂର୍ଣ୍ଣ ରହିଛି । ସେପଟେ ମୁସଲିମ ଭୋଟକୁ ନେଇ ବିଜେପି-କଂଗ୍ରେସ ଭୋଟରେ ମଧ୍ୟ ବଡ ଧରଣରଣ ପରିବର୍ତନ ସମ୍ଭାବନା ରହିଛି । ଏହା ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବ ପାଇଁ ବିଜେପି,କଂଗ୍ରେସ ଓ ବିଆରଏସ ନିଜ ନିଜର ହେଭିୱେଟ ଚେହେରାଙ୍କ ସହ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ।

ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ବାକି ଅଛି ଆଉ ମାତ୍ର ଗୋଟିଏ ଦିନ । ବିଭିନ୍ନ ରାଜନୈତିକ ଦଳର ରାଜନେତା, ହେଭିୱେଟ ଚେହେରା ଜୋରଦାର ପ୍ରଚାର କରୁଛନ୍ତି । ଏହା ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଏକ ଅନ୍ଦାଜରେ ମଙ୍ଗଳବାର ଦେଖିବାକୁ ମିଳିଛି । ହାଇଦ୍ରାବାଦ ଜୁବଲି ହିଲ୍ସରେ ପହଁଚିଥିଲେ ରାହୁଲ । ଏଠାରେ ସେ ଅଟୋ ଚାଳକ, ସଫେଇକର୍ମୀ ଓ ଫୁଡ ଡେଲିବୟଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ସେପଟେ କଂଗ୍ରେସ ନେତାଙ୍କ ପ୍ରଶ୍ନ ଉତର ଦେଇ ସେମାନେ ନିଜ ନିଜ ସମସ୍ୟା କଥା କହିଥିଲେ ରୋଜଗାର, ସମସ୍ୟା ଓ ଆବଶ୍ୟକ ବାବଦରେ ରାହୁଲ ପ୍ରଶ୍ନ ପଚାରିଥିଲେ । ଉତର ଦେଇ ଅଟୋ ଚାଳକ ସଫେଇକର୍ମୀ ଓ ଫୁଡ ଡେଲିବରୀବୟ କହିଥିଲେ ସେମାନଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ବୀମା ସୁବିଧାରେ ଅର୍ନ୍ତଭୁକ୍ତ କରାଯାଉ ।

ନିକଟରେ ରାହୁଲ ହାଇଦ୍ରବାଦ ଅଶୋକନଗରରେ ପହଁଚିଲେ । ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ଭେଟିଥିଲେ । ହାଲଚାଲ ପଚାରୁ ପଚାରୁ ଯୁବକମାନେ ନିଜ ସମସ୍ୟା କହିଥିଲେ ।। ଯାହାକୁ ଶୁଣିବା ପରେ ରାହୁଲ ବେଶ ଭାବବିହ୍ୱଳ ହୋଇଥିବା ପ୍ରକାଶ କରିଥିଲେ । ଯୁବକଙ୍କ ସହ ଏକାଠି ମିଶି ବିରିୟାନୀ ମଧ୍ୟ ଖାଇଥିଲେ ରାହୁଲ ।

ଆଉ ଦିନକ ପରେ ତେଲେଙ୍ଗାନାରେ ପଡିବ ଭୋଟ । ସମସ୍ତ ଦଳମାନଙ୍କ ଫୋକସରେ ରହିଛନ୍ତି ମହିଳା ଓ ଯୁବଗୋଷ୍ଠୀ । ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସର ମଙ୍ଗ ନିଜେ ରାହୁଲ ଧରିଛନ୍ତି । ଜନତାଙ୍କ ସହ ସିଧାସଳଖ ଭେଟଘାଟ କରି ଦଳ କରୁଛି ଭୋଟବ୍ୟାଙ୍କ ରାଜନୀତି କରୁଛି ।

ତେବେ ତେଲେଙ୍ଗାନା ନୁହେଁ ପୂର୍ବରୁ ରାହୁଲଙ୍କୁ ମିଜୋରମ ନିର୍ବାଚନ ପୂର୍ବରୁ ଏହି ଭିନ୍ନ ମୁଦ୍ରା ରେ ଦେଖିବାକୁ ମିଳିଥିଲା । କଲେଜ ଛାତ୍ରଛାତ୍ରୀଙ୍କ ସହ ସ୍କୁଟିରେ ବୁଲିଥିଲେ ରାହୁଲ । ସେପଟେ ଛତିଶଗଡ ନିର୍ବାଚନ ପୂର୍ବରୁ ବିଳାସପୁରରେ ଟ୍ରେନଯାତ୍ରା କରିଥିଲେ । ଯାତ୍ରୀଙ୍କ ସହ ପାସେଞ୍ଜର ଟ୍ରେନରେ ଯାତ୍ରା କରି ହାଲଚାଲ ବୁଝିଥିଲେ ରାହୁଲ । ଅନ୍ୟପଟେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଭୋଟ ପଡିବା ପୂର୍ବରୁ କଂଗ୍ରେସ ସାଂସଦ ବିଶାଳ ରୋଡ ସହ କରିବା ସହ ଜନତାଙ୍କ ସହ ସିଧାସଳଖ ଭେଟିଥିଲେ । ଦେଖିବାକୁ ବାକି ରହିଲା ପ୍ରତିଦ୍ୱନ୍ଦୀଙ୍କୁ ମାତ ଦେଇ କଂଗ୍ରେସ ଭୋଟ ହାତେଇବାରେ କେତେଦୂର ସଫଳ ହେଉଛି ।