ଉତ୍ତରପ୍ରଦେଶ ହାଥରସରେ ବିରୋଧୀ ଦଳ ନେତା । ପୀଡ଼ିତଙ୍କୁ ଭେଟି ସମବେଦନା ଜଣାଇଲେ ରାହୁଲ ଗାନ୍ଧୀ ।

Advertisment
ଉତ୍ତରପ୍ରଦେଶ ହାଥରସରେ ବିରୋଧୀ ଦଳ ନେତା । ପୀଡ଼ିତଙ୍କୁ ଭେଟି ସମବେଦନା ଜଣାଇଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ: ଉତ୍ତର ପ୍ରଦେଶ ହାଥରସରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଧାର୍ମିକ ସମାବେଶ ବେଳେ ହୋଇଥିବା ଦଳଚକଟା ଘଟଣାର ଅନୁଧ୍ୟାନ ପାଇଁ ଆସିଛନ୍ତି ରାହୁଲ। ପୀଡିତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ରାହୁଲ ଗାନ୍ଧୀ ଏବଂ ଆଲିଗଡ ସାଂସଦ।

ହାଥରସ ଘଟଣାରେ ୧୨୧ ଜଣ ପ୍ରାଣ ହରାଇଛନ୍ତି । ଅନେକ ଆହତ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ଭୋଲେ ବାବା ଏବେ ଫେରାର । ତାଙ୍କ ବାବଦରେ ଖବର ଦେଲେ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ପୋଲିସ କହିଛି । ଏଯାବତ ଏହି ଘଟଣାରେ ୬ ଜଣ ଗିରଫ ହୋଇଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସିବିଆଇ ତଦନ୍ତ ପାଇଁ ବିରୋଧୀ ଦାବି କରିଛନ୍ତି । କିନ୍ତୁ ସରକାର ନ୍ୟାୟିକ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe