କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ କି ରାହୁଲ ? ମା’ ସୋନିଆଙ୍କ ସହ ଆଲୋଚନା କରିଥିବା ସୂଚନା ।

ଆକ୍ସନ ମୋଡରେ ରାହୁଲ ଗାନ୍ଧି ! ପୁଣି ଥରେ ସଂଗଠନକୁ ମଜଭୁ୍ତ କରିବାକୁ ଲାଗିଛନ୍ତି ରାହୁଲ, ସେପଟେ ଅଧ୍ୟକ୍ଷ ପଦ ଛାଡିବା ନେଇ ବଢୁଛି ଅନିଶ୍ଚିତତା ।

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ନୂଆ ସରକାରର ଚିତ୍ର ସ୍ପଷ୍ଟ କରିସାରିଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁଣି ଥରେ ଦେଶରେ ସରକାର ଗଢିବାକୁ ଯାଉଛି ବିଜେପି । ଆଉ କଂଗ୍ରେସକୁ ଲାଗିଛି ବଡ ଝଟକା । ଏପରିକି କଂଗ୍ରେସର ପରାଜୟକୁ ମଧ୍ୟ ସ୍ୱୀକାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ତେବେ ସବୁଠାରୁ ବଡ କଥା ହେଉଛି, ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି । ତେବେ ଏନେଇ ରାହୁଲ ମା ସୋନିଆଙ୍କ ସହ ଆଲୋଚନା କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନର ଟ୍ରେଣ୍ଡ ସୁଦ୍ଧା, ବିଜେପି ୩୪୬ ଆସନ ସହ ସରକାର ଗଢିବାକୁ ଆଗକୁ ବଢୁଛି । ଅନ୍ୟପଟେ କଂଗ୍ରେସର ଗଡ କୁହାଯାଉଥିବା ଆମେଠି ଆସନରୁ ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe