କନକ ବ୍ୟୁରୋ : କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଏଥର କେଉଁଠୁ ଲଢିବେ ନିର୍ବାଚନ? ଆମେଠି ନା ୱାୟାନାଡା । ନା ପୂର୍ବଥର ପରି ଦୁଇଟି ଯାକ ଆସନରୁ ଲଢ଼ିବେ । ସହଯୋଗୀ ଦଳ ସିପିଆଇଏମ ୱାୟନାଡ଼ା ଆସନ ପାଇଁ ପ୍ରାର୍ଥୀ ଛିଡା କରିବା ପରେ ରାହୁଲ ଏହି ଆସନ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଗାନ୍ଧୀ ପରିବାର ସମ୍ମାନ କୁହାଯାଉଥିବା ଆମେଠି ଆସନରୁ ରାହୁଲ ଲଢ଼ିବା ଚର୍ଚ୍ଚାକୁ ବଢ଼ାଇଛି କଂଗ୍ରେସ ନେତା ପ୍ରଦୀପ ସିଂଘଲଙ୍କ ବୟାନ ।
ଯଦି ରାହୁଲ ଗାନ୍ଧୀ ଆମେଥିରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କର ସିଧା ଟକ୍କର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ହେବ । ଏହି ଆସନରୁ ଗତଥର ରାହୁଲ ଗାନ୍ଧୀଙ୍କୁ ସ୍ମୃତି ଇରାନୀ ପରାଜିତ କରିଥିଲେ । ଏହାସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଥମଥର ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ସେ ସୋନିଆ ଗାନ୍ଧୀଙ୍କ ଆସନ ରାଏବରେଲୀରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/4-10.jpg)