କିଏ ସେହି ଯୁବତୀ ? ଯାହାଙ୍କ ସହ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ବିବାହ ନେଇ ହେଉଛି ଚର୍ଚ୍ଚା ।

କିଏ ସେହି ଯୁବତୀ ? ଯାହାଙ୍କ ସହ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କ ବିବାହ ନେଇ ହେଉଛି ଚର୍ଚ୍ଚା ।

image courtesy - Janta Ka Reporter

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବିବାହର ଗୁଜବ ଉଠିବା ପରେ ରାୟବରେଲୀର ସଦର ବିଧାୟିକା ଅଦିତୀ ସିଂହ ନିଜ ଟ୍ୱିଟର ଆକାଉଣ୍ଟରେ ରାହୁଲଙ୍କ ସହ ନିର୍ବନ୍ଧକୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କରିବା ସହ ରାହୁଲଙ୍କୁ ତାଙ୍କ ଭାଇ ସହ ତୁଳନା କରିଛନ୍ତି ଏବଂ ରାକ୍ଷୀପୂର୍ଣ୍ଣିମା ଅବସରରେ ରାହୁଲଙ୍କୁ ରାକ୍ଷୀ ବାନ୍ଧିଥିବା କଥା ମଧ୍ୟ କହିଛନ୍ତି । publive-imageଅସଲ କଥା ହେଉଛି ନିକଟରେ ଅଦିତୀଙ୍କ ପରିବାର ରାହୁଲ ଏବଂ ସୋନିଆଙ୍କୁ ଦେଖା କରିବା ପାଇଁ ୧୦ ଜନପଥ ଯାଇଥିଲେ । ଯେଉଁଠି ରାହୁଲ ଏବଂ ସୋନିଆଙ୍କ ସହ ଅଦିତୀଙ୍କ ଫଟୋ ସାମ୍ମାକୁ ଆସିଥିଲା । ଏହି ଫଟୋକୁ ସୋସିଆଲ୍ ମିଡିଆ ସାଇଟରେ ରାହୁଲଙ୍କ ନିର୍ବନ୍ଧ କହି ଭାଇରାଲ୍ କରାଗଲା । ଏହା ପୂର୍ବରୁ ଅଦିତୀ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ୯୦,୦୦୦ ରୁ ଅଧିକ ମତରେ ରାୟବରେଲୀ ନିର୍ବାଚନ ଜିତିଥିଲେ । publive-imageଅଦିତୀଙ୍କ ପିତା ଅଖିଲେସ୍ ସିଂହ ରାୟବରେଲୀ ସଦର ବିଧାନସଭା ସିଟରୁ ୫ ଥର ବିଧାୟକ ହେବାରେ ସଫଳ ରହିଛନ୍ତି । ଅଖିଲେସଙ୍କୁ ଉତ୍ତରପ୍ରଦେଶର ‘ବାହୁବଳୀ ନେତା’ ବୋଲି ମଧ୍ୟ କୁହାଯାଏ । ଅଦିତୀ ଡ୍ୟୁକ୍ ବିଶ୍ୱବିଦ୍ୟାଳୟରୁ ସ୍ମାତକ ଏବଂ ୟୁଏସରୁ ସ୍ମାତକତ୍ତୋର କରିଛନ୍ତି । ୨୯ ବର୍ଷୀୟା ଏହି ବିଧାୟିକା ଡିସେମ୍ବର ମାସରେ ହୋଇଥିବା ନିର୍ବାଚନରେ କଂଗ୍ରେସ ସଫଳତାରେ ବଡ ଭୂମିକା ତୁଲାଇଥିଲେ । ଜନତା ଅଦିତୀ ଏବଂ ତାଙ୍କ ପିତାଙ୍କୁ ସଫଳତାର ସମ୍ପୁର୍ଣ୍ଣ ଶ୍ରେୟ ଜ୍ଞାପନ କରିଥିଲେ ।
ଅନ୍ୟ ପକ୍ଷରେ ୨୦୧୯ରେ ରାହୁଲଙ୍କ ଯୁବାଟିମକୁ ନେଇ ଏବେ ଚର୍ଚ୍ଚା ହେଲାଣି । ଏହି ଟିମରେ ରାୟବରେଲୀରୁ ତେଜ୍ ଏବଂ ଅଦିତୀଙ୍କ ମୁଖ୍ୟ ଭୂମିକା ରହିପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe