କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ବିରୋଧରେ ଟ୍ୱିଟକୁ ନେଇ ଅଭିଯୋଗ ହେବାର ଗୋଟିଏ ଦିନ ପରେ ବିଜେପି ଆଇଟି ସେଲ ପ୍ରମୁଖ ୍ରଅମିତ ମାଲବୀୟ ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଗୁରୁବାର ଦିନ ଅମିତ ମାଲବୀୟ ଟ୍ୱିଟ୍ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତକୁ ନେଇ ଟାର୍ଗେଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି ରାହୁଲ ଗାନ୍ଧୀ ଶାନ୍ତିଦୂତ ନୁହଁନ୍ତି ବରଂ ସେ ଜଣେ ରାଜନୈତିକ ଅବସରବାଦୀ । ଏହାସହ କଂଗ୍ରେସ ଶାସନ ସମୟରେ ଯେତେବେଳେ ମଣିପୁରରେ ହିଂସା ହେଉଥିଲା ସେତେବେଳେ ରାହୁଲ ଗାନ୍ଧୀ କାହିଁକି ମଣିପୁର ଗସ୍ତ କରୁନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Advertisment

ସୂଚନା ଥାଉକି ଗତକାଲି ବେଙ୍ଗାଲୁରୁରେ ଅମୀତ ମାଲବୀୟଙ୍କ ବିରୋଧରେ କଂଗ୍ରେସ ତରଫରୁ ଥାନାରେ ଅଭିଯୋଗ କରାଯାଇଛି । ରାହୁଲ ଗାନ୍ଧୀଙ୍କୁ ନେଇ ମାଲବୀୟ ଏକ ବିବାଦୀୟ ଟ୍ୱିଟ୍ କରିଥିଲେ  । ଏହା ବିରୋଧରେ କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ତାଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଥିଲା । ମାଲବୀୟ ତାଙ୍କ ଟ୍ୱିଟରେ ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ସଂସ୍କୃତି ଓ ଭାରତ ବିରୋଧୀ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ । ଏହାସହ କଂଗ୍ରେସ ଅଭିଯୋଗ କରିଛି କି ଅମିତ୍ ମାଲବୀୟ ରାହୁଲ ଗାନ୍ଧୀଙ୍କ ଭାଷଣକୁ ଏଡିଟ୍ କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଛନ୍ତି ।

ସୂଚନା ଥାଉକି କଂଗ୍ରେସ ନେତା ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ଆଜି ରାଜଧାନୀ ଇମ୍ଫାଲରେ ପହଂଚିଛନ୍ତି । ସେଠାରେ ସେ ଆଶ୍ରୟସ୍ଥଳରେ ଥିବା ହିଂସା ପୀଡିତଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ରହିଛି ।