କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ରାହୁଲ ଗାନ୍ଧୀ । କହିଲେ, ଗରିବଙ୍କ ପାଇଁ ନାହିଁ କିଛି ଯୋଜନା କେବଳ ତିନି ଚାରି ଜଣ ମିତ୍ରଙ୍କ ପାଇଁ

124

କନକ ବ୍ୟୁରୋ : ସରକାରଙ୍କ ଗୋଟିଏ ବି ନୀତି ଗରିବ ଜନତାଙ୍କ ପାଇଁ ନୁହେଁ, କେବଳ ବଛା ବଛା ତିନି ଚାରି ଜଣ ମିତ୍ରଙ୍କ ପାଇଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଂଜାବର ଫତେଗଡରେ ଆୟୋଜିତ କିଷାନ ବଚାଓ ରାଲିଲେ ସାମିଲ ହୋଇ ଏହା କହିଛନ୍ତି ।

କୃଷି ଆଇନକୁ ବିରୋଧରେ ଫତେଗଡ ଠାରୁ ସାମନା ଯାଏଁ ହୋଇଥିବା ଟ୍ରାକ୍ଟର ରାଲିକୁ ସମ୍ବୋଧନ କରି ରାହୁଲ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ।  ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ୬ ବର୍ଷ ହେଲା ମୋଦି ସରକାର ଗରିବ ଓ ଚାଷୀଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରିଚାଲିଛନ୍ତି ।

Comments are closed.