କନକ ବ୍ୟୁରୋ: ନିଟ୍ ଓ ୟୁଜିସି ନେଟ୍ ପରୀକ୍ଷା ପ୍ରସଂଗରେ କେନ୍ଦ୍ର ସରକାରଙ୍କୁ ଘେରିଲେ କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ । ଗତକାଲି ୟୁଜିସି ନେଟ୍ ପରୀକ୍ଷା ରଦ୍ଦ ହେବା ପରେ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ରାହୁଲ ପ୍ରେସମିଟ କରି ଏନଟିଏର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ନିଟ୍ ପରୀକ୍ଷାକୁ ନେଇ ବିବାଦ ଭିତରେ ୟୁଜିସି-ନେଟ୍ ପରୀକ୍ଷା ବାତିଲ କରାଯାଇଛି । ଦେଶର ୩୧୭ ସହରର ୧୨୦୫ କେନ୍ଦ୍ରରେ ୟୁଜିସି-ନେଟ ପରୀକ୍ଷାର ଆୟୋଜନ କରାଯାଇଥିଲା । ୧୧ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ପରୀକ୍ଷା ହେବାର ଦିନକ ପରେ ଅନିୟମିତା ଯୋଗୁ ପରୀକ୍ଷାକୁ ରଦ୍ଦ କରଯାଇଛି । ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଅସନ୍ତୋଷ ବଢିବାରେ ଲାଗିଛି । ରାହୁଲ ଗାନ୍ଧୀ ବିଜେପିକୁ ଘେରିବା ସହ ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି ।