୧୩ ଦିନରେ ପହଂଚିଲା କଂଗ୍ରେସର ଭାରତ ଯୋଡ଼ ଯାତ୍ରା । ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା ରାହୁଲ୍ ଗାନ୍ଧୀ କେରଳ ଚେରଥାଲାରୁ ଶହ ଶହ ଦଳୀୟ କର୍ମକର୍ତ୍ତାଙ୍କ ସହ ଯାତ୍ରା ଆରମ୍ଭ କରିଛନ୍ତି । ସେଣ୍ଟ୍ ମାଇକେଲ୍ କଲେଜରେ ବୃକ୍ଷରୋପଣ କରି ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଥିଲେ ରାହୁଲ୍ ଗାନ୍ଧୀ ।
ଏଆଇସିସି ଜେନେରାଲ୍ ସେକ୍ରେଟାରୀ ଇନଚାର୍ଜ ଜୟରାମ୍ ରମେଶଙ୍କ କହିବାନୁସାରେ , ୧୨ ଦିନର ଏହି ଯାତ୍ରାରେ କଂଗ୍ରେସ ୨୫୫ କି.ମି ଦୂରତା କଭର୍ କରିସାରିଲାଣି । ଆଜି କଂଗ୍ରେସ ଚେରଥାଲାଠାରୁ କୁଥିୟାଥୋଣ୍ଡୁ ପର୍ଯ୍ୟନ୍ତ ୧୫ କି.ମି ଯାତ୍ରା କରିବାର ସୂଚନା ମିଳୁଛି । କେରଳର ବରିଷ୍ଠ କଂଗ୍ରେସ ନେତା କେ.ମୁରଲିଧରନ୍ , ପୱନ୍ ଖେରା ,ସାନିମୋଲ୍ ଉସମାନ୍ ରାହୁଲ୍ ଗାନ୍ଧୀଙ୍କ ସହ ଆଜିର ଯାତ୍ରାରେ ଉପସ୍ଥିତ ଅଛନ୍ତି । କେରଳ ରାସ୍ତାରେ ହାତରେ ଫୁଲତୋଡ଼ା ଧରି ରାହୁଲ୍ ଗାନ୍ଧୀଙ୍କୁ ସ୍ୱାଗତ କରୁଛନ୍ତି ଆବାଳ ବୃଦ୍ଧବନୀତା । ୧୫୦ ଦିନରେ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ୩,୫୭୦ କି.ମି କଭର୍ କରିବାର ସୂଚନା ରହିଛି । ସେପ୍ଟେମ୍ବର ୭ ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜମ୍ମୁକାଶ୍ମୀରରେ ଶେଷ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2022/09/rahul-gandhi-kick-starts-13th-day-of-bharat-jodo-yatra-225-km-covered-so-far.jpg)
/kanak/media/post_attachments/wp-content/uploads/2022/09/Bharat_Jodo_1200x768-300x169.jpeg)