କନକ ବ୍ୟୁରୋ : ଭାରତ ଯୋଡ ଯାତ୍ରା ଅବସରରେ ଶନିବାର ଦିନ ତାମିଲନାଡୁର ତୁରୁବେକରେ ଠାରେ ରାହୁଲ ଗାନ୍ଧୀ ଆରଏସଏସ ମୁଖ୍ୟ ସାବରକରଙ୍କ ଉପରେ ଆକ୍ରମଣାତ୍ମକ ଢଙ୍ଗରେ ବୟାନ ଦେଇଛନ୍ତି । ସେ କହିଛନ୍ତି କି ସାବରକର ଇଂରେଜମାନଙ୍କ ପାଇଁ କାମ କରୁଥିଲେ ଓ ଏଥିପାଇଁ ସେମାନଙ୍କ ଠାରୁ ଟଙ୍କା ନେଉଥିଲେ । ଏହାସହ ଲୋକମାନେ ମହଙ୍ଗାମାଡରେ ଜର୍ଜରିତ ହେଉଥିବା ବେଳେ ସରକାର ଏହାକୁ ଲୁଚାଇବାକୁ ଗଣମାଧ୍ୟମକୁ ଆୟତ କରୁଥିବା କଥା ସେ ଅଭିଯୋଗ କରୁଛନ୍ତି । ସେପଟେ ଆରଏସଏସ ଭାରତରେ ବ୍ରିଟିଶ ଶାସନକୁ ସମର୍ଥନ କରୁଥିବା କଥା ମଧ୍ୟ ରାହୁଲ ଗାନ୍ଧୀ କହିଛନ୍ତି । ଏହି କାରଣରୁ ବିଜେପି ଓ ଆରଏସଏସ ଦେଶରେ ଯେଉଁ ଘୃଣାଭାବ ସୃଷ୍ଟି କରିଛି ତାହା ବିରୋଧରେ କଂଗ୍ରେସ ଭାରତ ଯୋଡ ଯାତ୍ରା କରୁଥିବା ରାହୁଲ ଗାନ୍ଧୀ କହିଛନ୍ତି ।

Advertisment

ସେପଟେ ରାଜସ୍ଥାନରେ ଆଦାନୀ ଗ୍ରୁପୀ ବିନିଯୋଗ ଉପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି ରାହୁଲ । କହିଛନ୍ତି ଯେ “ମୁଁ କର୍ପୋରେଟ ବିରୋଧୀ ନୁହେଁ ହେଲେ ଏକଚାଟିଆ କାରବାରର ବିରୋଧୀ” । ରାଜସ୍ଥାନରେ ସରକାର ନିଜର କ୍ଷମତା ପୟୋଗ କରି ଆଦାନୀ ଗ୍ରୁପକୁ କିଛି ଲାଭ ଦେଉନଥିବା କଥା ସେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ଯିଏ ବି ହେଉ ସେମାନେ ରିମୋର୍ଟ ମାଧ୍ୟମରେ ପରିଚାଳିତ ହେବେ ବୋଲି ବାରମ୍ବାର ବିଜେପି ଅଭିଯୋଗ କରୁଛି । ଆଜି ଏହି ସଭାରେ ଏହାକୁ ଖଣ୍ଡନ କରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି କି, ଏଭଳି କହିବା କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ କରିଥିବା ୨ ପ୍ରାର୍ଥୀଙ୍କ ପ୍ରତି ଘୋର ଅପମାନ ।