ଚର୍ଚ୍ଚାରେ ରାହୁଲଙ୍କ ଏହି ଆବ୍ସ ଏବଂ ବାଇସେପ୍ସ ଫଟୋ । ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଅନେକ ନେତା-ମନ୍ତ୍ରୀ କରୁଛନ୍ତି ପ୍ରଶଂସା 

298

ଗତ କିଛିଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ସମୁଦ୍ରରେ ମତ୍ସ୍ୟଜୀବିଙ୍କ ସହ ପହଁରୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଆଉ ଏବେ ରାହୁଲ ଗାନ୍ଧିଙ୍କ ଆଉ ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁ ଫଟୋରେ ରାହୁଲଙ୍କ ବାଇସେପ୍ସ ଏବଂ ଆବ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରସର ଅନେକ ନେତା ଏହି ଫଟୋକୁ ସେୟାର କରି ରାହୁଲଙ୍କ ପ୍ରଶଂସା କରିଛନ୍ତି । ଏବଂ ତାଙ୍କୁ ଭାରତର ସବୁଠୁ ଫିଟ୍ ନେତା ବୋଲି କହିଛନ୍ତି । 

କଂଗ୍ରେସର ପୂର୍ବତ୍ତନ ସାଂସଦ ଏବଂ ମନ୍ତ୍ରୀ ରାଜୀବ ଶୁକ୍ଳା ଏହି ଫଟୋକୁ ଟ୍ୱିଟରରେ ସେୟାର କରି ଲେଖିଛନ୍ତି, ଏହି ଫଟୋକୁ ଭଲରେ ଦେଖନ୍ତୁ, ରାହୁଲ ଗାନ୍ଧିଙ୍କର ବି ଆବ୍ସ ଅଛି ।

 

ସେହିଭଳି କଂଗ୍ରେସ ନେତା ବିଜେନ୍ଦ୍ର ସିଂ ଫଟୋକୁ ସେୟାର କରି ଲେଖିଛନ୍ତି, ଜଣେ ବକ୍ସର ଆବ୍ସ ଯେଉଁଭଳି, ରାହୁଲ ଗାନ୍ଧିଙ୍କ ଆବ୍ସ ଠିକ୍ ସେହିଭଳି ଅଛି । ରାହୁଲ ଗାନ୍ଧି ହେଉଛନ୍ତି ଜଣେ ସାହସୀ ଯୁବ ନେତା । 

କୁହାଯାଉଛି ରାହୁଲ ଗାନ୍ଧି କାହାକୁ କିଛି ନକହି ହଠାତ୍ ସମୁଦ୍ରକୁ ଡେଇଁପଡିଥିଲେ । ଯାହାକୁ ନେଇ ତାଙ୍କର ସୁରକ୍ଷାକର୍ମୀ ମଧ୍ୟ ଡରିଯାଇଥିଲେ । ଆଉ ଏହି ଫଟୋ ସେହି ସମୟର, ଯେଉଁ ସମୟରେ ରାହୁଲ ଗାନ୍ଧି ମତ୍ସ୍ୟଜୀବିଙ୍କ ସହ ସମୁଦ୍ରରେ ପହଁରୁଥିଲେ । ରାହୁଲ ଗାନ୍ଧି ଅଚାନକ ସମୁଦ୍ରକୁ ଡେଇଁପଡି ମତ୍ସ୍ୟଜୀବିଙ୍କ ସହ ପହଁରିଥିଲେ । ଯାହାକୁ ନେଇ ମତ୍ସ୍ୟଜୀବିମାନେ ବେଶ୍ ଖୁସି ବ୍ୟକ୍ତ କରିଥିଲେ ।