କନକ ବ୍ୟୁରୋ: ଦିନକ ପରେ ଓଡ଼ିଶାରେ ନିର୍ବାଚନୀ ବିଗୁଲ ଫୁଙ୍କିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ୨୮ତାରିଖରେ ନିଶ୍ଚିନ୍ତକୋଇଲିରେ ନିର୍ବାଚନୀ ସଭାରେ ଯୋଗଦେବେ କଂଗ୍ରେସ ସାଂସଦ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି ।
ସଭାରେ ଉପକୂଳ ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଅଂଚଳରୁ ବହୁ କଂଗ୍ରେସ କର୍ମୀ ଯୋଗଦେବେ । ଉପକୂଳ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ଏହି ପରିପ୍ରେକ୍ଷୀରେ କଂଗ୍ରେସର ରାଜ୍ୟସ୍ତରୀୟ ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଚରଣ ଦାସ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କେନ୍ଦାପଡା ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସ, ମାହାଙ୍ଗା ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ସାହୁ ଏବଂ ସାଲେପୁର ବିଧାୟକ ପାର୍ôଥ ୟାକୁବ ଖାନ ପ୍ରମୁଖଙ୍କ ସହ ବହୁ ବରିଷ୍ଠ ନେତୃ ମଣ୍ଡଳୀ ସ୍ଥିତି ନିରୀକ୍ଷଣ କରିଛନ୍ତି ।
ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଅଛନ୍ତି । ଯେହେତୁ ଏହି ସଭାଟି ମାହାଙ୍ଗାରେ ହେବ, ତେଣୁ ମାହାଙ୍ଗା ଓ ସାଲେପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାଇଁ ଏହା ବହୁ ଫଳପ୍ରଦ ହେବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/5-36.jpg)