କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଓସାମାନିଆ ବିଶ୍ୱବିଦ୍ୟାଳୟ ଯିବାକୁ ମିଳିଲାନି ଅନୁମତି । ମେ ୬ ଓ ୭ ତାରିଖରେ ରାହୁଲଙ୍କ ତେଲେଙ୍ଗାନା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି ମଧ୍ୟ ସରିଛି । ଏହି ଗସ୍ତ ସମୟରେ ରାହୁଲ ଓସମାନିଆ ବିଶ୍ୱବିଦ୍ୟାଳୟ ଯିବା କାର୍ଯ୍ୟକ୍ରମ ଥିଲେ ବି ଏଥିପାଇଁ କଲେଜ ପ୍ରଶାସନ ଅନୁମତି ଦେବାକୁ ମନା କରିଛି । କଲେଜ କ୍ୟାମ୍ପସରେ କୌଣସି ରାଜନୈତିକ ସଭା ବାରଣ ଦର୍ଶାଇ ଅନୁମତି ଦେବାକୁ ମନା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୁପକ୍ଷ ।
ଅନ୍ୟପଟେ ଘଟଣାକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଘଟଣା ପରେ ତେଲେଙ୍ଗାନା ଛାତ୍ର କଂଗ୍ରେସ ସଂଗଠନ ହଙ୍ଗାମା କରି ତେଲେଙ୍ଗାନା ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛି । ଟିଆରଏସ କଂଗ୍ରେସକୁ ଭୟ କରୁଥିବା କହିଛି ରାଜ୍ୟ କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/35.jpg)