କନକ ବ୍ୟୁରୋ : ଓଡିଶାରେ ପହଞ୍ଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାହୁଲ ଓଡିଶା ଗସ୍ତ କରିଛନ୍ତି । ରାହୁଲ କୋରାପୁଟର ଜୟପୁରରେ କର୍ମୀମାନଙ୍କୁ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ । ଆଗାମୀ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକିଥିବାରୁ ସମସ୍ତ ରାଜନୈତିକ ଦଳ ବର୍ତମାନ ସମୟରେ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ସାଧାରଣ ସଭାର ଆୟୋଜନ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ରାହୁଲ ପାଖାପାଖି ୪ ଘଣ୍ଟା ଜୟପୁରରେ ରହିବେ । ରାହୁଲଙ୍କ ଗସ୍ତକୁ ଆଧାର କରି କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରଦାର କରାଯାଇଥିଲା ।
/kanak/media/post_attachments/wp-content/uploads/2019/02/rahul-gandhi.jpg)
ଆଜି ଆନ୍ତର୍ଜାତୀୟ ମହିଳା ଦିବସ ହୋଇଥିବା କାରଣରୁ ପ୍ରଥମେ ମହିଳାଙ୍କ ଉଦ୍ଦେଶ୍ୟରେ ରାହୁଲ ଗାନ୍ଧୀ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ । ଏହାପରେ ଜୟପୁର ଏକମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶ ସାଧାରଣ ସଭାକୁ ଉଦବୋଧନ ଦେବେ ରାହୁଲ । ସୁରକ୍ଷା ଦୃଷ୍ଟିରୁ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ରାହୁଲ ଗାନ୍ଧୀଙ୍କ ସଭାରେ । ଜୟପୁର ସ୍ଥିତ ବିଜା ପଡ଼ିଆରେ ରାହୁଲଙ୍କ ଏହି ସମାବେଶ ହେବ ।