କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଶେଷ ଦିନରେ ଓଡିଶାରେ ପ୍ରଚାର କରିବା ପାଇଁ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକ ଲୋକସଭା କ୍ଷେତ୍ରର ସିମୁଲିଆରେ ପ୍ରଚାର ସଭାକୁ ସମ୍ବୋଧନ କରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ରାହୁଲ ଭୋଟ ମାଗିବେ । ଏହା ହେଉଛି ରାହୁଲ ଗାନ୍ଧୀଙ୍କ ତୃୀତୟ ଓଡିଶା ଗସ୍ତ ।
ପୂବ ର୍ରୁ ରାହୁଲ ସାଲେପୁର ଓ ବଲାଙ୍ଗୀରରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାସହ ରାୟଗଡା ସଭାରେ ଭିଡିଓ କନଫରେନ୍ସିଂରେ ଯୋଡି ହୋଇଥିଲେ । ଚଳିତ ଥର କଂଗ୍ରେସ ୫ ନ୍ୟାୟ, ୨୫ ଗ୍ୟାରେଂଟିକୁ ନେଇ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିଛି । ରୋଜଗାର ସୃଷ୍ଟି, ଦାଦନ ସମସ୍ୟା, ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା କଥା କହି ଭୋଟ୍ ଦେବାକୁ ଅପିଲ କରିଛି କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/IMG_8847.jpeg)