କଂଗ୍ରେସର ଇନ୍ଦିରା କ୍ୟାଂଟିନ୍ ! ୧୦ ଟଙ୍କାରେ ଗରିବଙ୍କୁ ଦେବ ପେଟପୁରା ଖାଦ୍ୟ

46

କନକ ବ୍ୟୁରୋ : ତାମିଲନାଡୁର ଆମ୍ମା କ୍ୟାଂଟିନ୍, ଓଡିଶାର ଆହାର ପରି ବାଙ୍ଗାଲୁରୁରେ ଖୋଲିଛି ଇନ୍ଦିରା କ୍ୟାଂଟିନ୍ । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି କ୍ୟାଂଟିନ୍ ଉଦଘାଟନ କରିଛନ୍ତି । ଏଥିରେ ୫ ଟଙ୍କାରେ ସଂପୂର୍ଣ୍ଣ ଶାକାହାରୀ ଜଳଖିଆ ଓ ୧୦ ଟଙ୍କାରେ ଭୋଜନ ମିଳିବ । ଫଳରେ ସାଧାରଣ ଲୋକ ଶସ୍ତାରେ ଖାଇବା ପାଇ ପାରିବେ ଏବଂ କେହି ଭୋକିଲା ନରୁହନ୍ତୁ ବୋଲି ସେ ଚାହାନ୍ତି ବୋଲି ରାହୁଲ କହିଛନ୍ତି । ତେବେ ଏହି କ୍ୟାଂଟିନ୍ ଉଦଘାଟନ ପରେ ରାହୁଲ ମଧ୍ୟ ଏଠାରେ ଖାଇଥିଲେ । କିନ୍ତୁ ନିଜ ବକ୍ତବ୍ୟ ଦେବେ ବେଳେ ଇନ୍ଦିରା କ୍ୟାଂଟିନ୍ ବଦଳରେ ଏକାଧିକ ଥର ଆମ୍ମା କ୍ୟାଂଟିନ ବୋଲି କହିଥିଲେ । ସିଦ୍ଧରମୈୟାଙ୍କ ସରକାରରେ କେହି ଭୋକିଲା ନରୁହନ୍ତୁ ବୋଲି ରାହୁଲ କହିଛନ୍ତି । ପ୍ରଥମ ଦଫାରେ ୧୦୧ଟି ଇନ୍ଦିରା କ୍ୟାଂଟିନ ଖୋଲା ଯାଇଛି ।